Pratidin TV

Odisha's Digital News Platform

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ..କୃଷକଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା..

ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲିଠାରୁ ୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୫ ରୁ ବଢିବ ବର୍ଷାର ବିସ୍ତୃତି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଓ ୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବର୍ଷା ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳ କଲେ ବଡ ଘୋଷଣା । ଆସନ୍ତା ୩ରୁ ୬ ପର୍ଯ୍ୟନ୍ତ ଛୁଟି ରହିପାରିବେନି କେହି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଂଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି କୃଷି ବିଭାଗର କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏଥିସହ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କୃଷି ବିଭାଗ ଅଧିକାରୀଙ୍କ ରବିବାର ଛୁଟି ବାତିଲ କରାଯାଇଛି ।

ଅଦିନିଆ ବର୍ଷା ଯୋଗୁ ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ । କଟା ହୋଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଏଥିସହ କୃଷକମାନଙ୍କ ଫସଲ ବିମା ନେଇ ଏକ ସ୍ପତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *