Pratidin TV

Odisha's Digital News Platform

ଖ୍ରୀଷ୍ଟମାସଡେ ରେ ଝିଅ ରାହା କାପୂରଙ୍କ ଚେହେରା ଦେଖାଇଲେ ରଣବୀର ଓ ଆଲିଆ…

1 min read

ଖ୍ରୀଷ୍ଟମାସରେ ଝିଅ ରାହା କାପୂରର ଚେହେରାକୁ ସମସ୍ତଙ୍କ ସାମ୍ନାକୁ ଆଣିଲେ ରଣବୀର କାପୂର ଓ ଆଲିଆ ଭଟ୍ଟ । ଆଜି ଖ୍ରୀଷ୍ଟମାସ ଡେ ଅବସରରେ ଲଞ୍ଚ ପାର୍ଟିରେ ପହଞ୍ଚିବା ପରେ ଝିଅ ରାହା କାପୂରଙ୍କ ସହ ନଜର ଆସିଛନ୍ତି ଦୁହେଁ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ରେଡ କଲର ସୁ ରେ ଏକ ହ୍ୱାଇଟ କଲର ଫ୍ରକ ପିନ୍ଧି ବାପା ରଣବୀରଙ୍କ କୋଳରେ ରାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶଂସକ ମାନେ ରାହାଙ୍କୁ ପ୍ରଥମ ଥର ଦେଖି ବେଶ ଉତ୍ସାହିତ ହୋଇଥିଲେ । ତେବେ ରାହା କାପୂର ୨୦୨୨ ନଭେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାହାଙ୍କର ଚେହେରା କେହିବି ଦେଖିନଥିଲେ । କାରଣ ରଣବୀର ଓ ଆଲିଆ ଝିଅ ରାହାର ଚେହେରା ୧ ବର୍ଷ ଯାଏଁ ଦୁନଆ ସାମ୍ନାରୁ ଲୁଚାଇ ରଖିଥିଲେ । ଏପରିକି ଗଣମାଧ୍ୟ କ୍ୟାମେରାରେ ଦୁଇଜଣ ନଜର ଆସିବା ବେଳେ ଝିଅ ଚେହେରାକୁ ଘୋଡାଇ ଦେଉଥିଲେ । ତାର ଫଟୋ ନେବା କିମ୍ବା ଭିଡିଓ କରିବା ପାଇଁ ସମସ୍ତଙ୍କୁ ବାରଣ କରୁଥିଲେ । ତେବେ ଆଜି ରାହଙ୍କର ପ୍ରଥମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକ ମାନେ ଭିନ୍ନ ଭିନ୍ନ ମତ ରଖିଥିଲେ । ଜଣେ ଉପଭୋକ୍ତା ଲେଖିଛନ୍ତି, “ୟୋ ତୋ ଆପ୍ନେ ମମି ପାପା ସେ ଭୀ ଭଡା ସୁନ୍ଦର ହେ । ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, “ଋଷି କପୁର ଜୁନିଅର ବୋଲି ।

Advertisement

Leave a Reply

Your email address will not be published. Required fields are marked *