Pratidin TV

Odisha's Digital News Platform

ମାଁ ହେଲେ ଆଲିଆ , କପୁର ପରିବାରରକୁ ଆସିଲେ କୁନି ଅତିଥି

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । କପୁର ପରିବାରରକୁ ଆସିଲେ ନୂଆ କୁନି ଅତିଥି । ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍ କପୁଲ ବାପା – ମାଁ ବନିଗଲେ । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଆଲିଆ ଭଟ୍ଟ । ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ରଣବୀର କପୁର ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ହିଁ ସେ ତାଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣବୀର ଓ ଆଲିଆଙ୍କ ଘରକୁ ନୂଆ ସଦସ୍ୟ ଆସିବା ପରେ ପୂରା କପୁର ଓ ଭଟ୍ଟ ପରିବାରରେ ସ୍ୱାଗତ ଉତ୍ସବ ଆରମ୍ଭ ହୋଇଯାଇଛି ।

ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଚଳିତ ବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ। ତେବେ ବିବାହର ଦୁଇ ମାସ ପରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଏହି ଷ୍ଟାର୍ ଦମ୍ପତି।ତେବେ ଦୁହେଁ ନିଜ ବିବାହକୁ ନେଇ ଅନେକ ଚର୍ଚ୍ଚାରେ ଥିବା ବେଳେ , ଆଉ ଏକ ବଡ ଖବର ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳୁଥିଲା ଯେ ଆଲିଆ ବିବାହ ପୂର୍ବରୁ ହିଁ ପ୍ରେଗ୍‌ନେଣ୍ଟ ଥିଲେ । ନିକଟରେ ଦୁହିଁଙ୍କ ଫିଲ୍ମ ବ୍ରହ୍ମସ୍ତ୍ର ବ୍ଲକବ୍ଲାଷ୍ଟର ହିଟ୍ ହୋଇ ଅନେକ ପଇସା କମାଇଥିବା ବେଳେ ଆଲିଆ – ରଣବୀରଙ୍କ ଖୁସିକୁ ଦୁଇଗୁଣିତ କରିଦେଇଛନ୍ତି ତାଙ୍କ ନବ ଜନ୍ମିତ ବେବି ଗର୍ଲ ।

Leave a Reply

Your email address will not be published. Required fields are marked *