Pratidin TV

Odisha's Digital News Platform

ଆଲିଆଙ୍କ କୁନି ଝିଅ ରାହାଙ୍କ ସହ ଖେଳିଲେ ଅମ୍ବାନୀଙ୍କ ପୁଅ , ଭିଡିଓ ଭାଇରଲ..

1 min read

ଏବେ ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ । ଏବେ ଅନନ୍ତ ରାଧୀକାଙ୍କ ପ୍ରି –ୱେଡିଂରେ ଝୁମୁଛି ଜାମନଗର । ଏହି ପ୍ରିୱେଡିଂ ସେଲିବ୍ରେସନରେ ଯୋଗ ଦେଇଛନ୍ତି ବହୁ ବଲିଉଡ ସେଲିବ୍ରିଟି । ସଲମାନ ଖାନ, କରୀନା କପୁର, ସୈଫ ଅଲି ଖାନ, ରଣବୀର କପୁର, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ଜାନଭୀ କପୁରଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ତେବେ ଏହି ପ୍ରି –ୱେଡିଂ ଫଙ୍କସନର ଏକ ଭିଡିଓ ବେଶ୍ ଭାଇରଲ ହେବାରେ ଲାଗିଛି ।

ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ରଣବୀର-ଆଲିଆଙ୍କ ଝିଅ ରାହାଙ୍କ ସହ ନଜର ଆସିଛନ୍ତି । ଅନନ୍ତ ଅମ୍ବାନୀ ରାହାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଏହା ପରେ ଅନନ୍ତ ଅମ୍ବାନୀ ସ୍ନେହରେ ତାଙ୍କ ଧରିବାକୁ ଚେଷ୍ଟା କରିଛନ୍ତି ।ତେବେ ଭାଇରଲ ହେଉଥିବା ଏହି ଭିଡିଓ କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଏହା ସହିତ ଲୋକମାନେ ମଧ୍ୟ ଏହା ଉପରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି । ଏଥିରେ ଆଲିଆ ଏବଂ ରାହା ସମାନ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଆଲିଆଙ୍କ କୋଳରେ ରାହା ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *