Pratidin TV

Odisha's Digital News Platform

‘Paris Fashion Week’ : ମେଟାଲ୍ ଡ୍ରେସରେ ରାମ୍ପ ୱାକ କରି ଜଲୱା ଦେଖାଇଲେ ଆଲିଆ…

1 min read

ପ୍ୟାରିସ ଫ୍ୟାଶନ ୱିକ୍’ରେ ଡେବ୍ୟୁ କରିଛନ୍ତି  ଆଲିଆ ଭଟ୍ଟ। ସେ ସୋମବାର ଦିନ ରାମ୍ପ୍ ୱାର୍କ କରିଥିଲେ। ଏବେ ସୋସିଆଲ ମିଡିଆରେ ତାଙ୍କ ଲୁକର ଫଟୋ ଭାଇରାଲ ହେବାରେ ଲାଗିଛି 23 ସେପ୍ଟେମ୍ବର ସୋମବାର ଦିନ ପ୍ୟାରିସ ଫ୍ୟାଶନ ୱିକରେ ଆଲିଆ ଭଟ୍ଟ ନିଜର ଡେବ୍ୟୁ କରିଥିବା ବେଳେ ରାମ୍ପରେ ଦମଦାର ଲୁକ ସହ ଲୋକଙ୍କ ମନ ଜିତିଛନ୍ତି । ପ୍ୟାରିସ ଫ୍ୟାଶନ ୱିକରୁ ଆଲିଆ ଭଟ୍ଟଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

  ସୋସିଆଲ ମିଡିଆରେ ଆଲିଆଙ୍କ ରାମ୍ପ ଚାଲିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଭିନେତ୍ରୀ ବ୍ଲାକ ଏବଂ ସିଲଭର ମେଟାଲ ଡ୍ରେସରେ ଗର୍ଜିୟସ ଲୁକରେ ରାମ୍ପରେ ଚାର୍ ଚାନ୍ଦ୍ ଲଗାଇଛନ୍ତି ।

ଏଥିସହ ସେ ଫ୍ଲାଇଂ କିସ୍ ଏବଂ ନମସ୍ତେ କରି ଅଭିଭାଦନ ଜଣାଇ ସମସ୍ତଙ୍କ ମନ ଜିତିଛନ୍ତି ।କାର୍ଯ୍ୟ ବିଷୟରେ କହିବାକୁ ଗଲେ ଆଲିଆଙ୍କ ଜିଗ୍ରା ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର 12 ଅକ୍ଟୋବରରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଏହି ସିନେମାରେ ଏକ ଭାଇ ଓ ଭଉଣୀଙ୍କ କାହାଣୀ ଦେଖିବା ପାଇଁ ମିଳିବ ।

Leave a Reply

Your email address will not be published. Required fields are marked *