Pratidin TV

Odisha's Digital News Platform

ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିଅନ ! ବୈଜ୍ଞାନିକ କଲେ ବଡ ଖୁଲାସା

1 min read

ଅନ୍ୟ ଗ୍ରହରେ ଅଛନ୍ତି ଏଲିଅନ | ବୈଜ୍ଞାନିକ କଲେ ବଡ ଖୁଲାସା | ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିଅନ ରହିଥିବା ସମ୍ଭାବନା । ଆଇସକ୍ୟାପ୍ ଅର୍ଥାତ୍ ବରଫର ଚାଦର ତଳେ ଫଟୋସିନ୍ଥେସିସ୍ ପରି ପ୍ରକ୍ରିୟାହେଉଛି । ତେଣୁ ଏଠାରେ ଜୀବନ ରହିଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ଏଲିଅନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଏଲିଅନକୁ ନେଇ ବୈଜ୍ଞାନିକଙ୍କ ନୂଆ ଖୁଲାସା କରିଛନ୍ତି । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିୟନ ଜୀବନକୁ ନେଇ ସମ୍ଭାବନା ବଢ଼ିଛି । ମଙ୍ଗଳ ଗ୍ରହର ଆଇସକ୍ୟାପ୍ ଅର୍ଥାତ ବରଫର ଚାଦର ତଳେ ଜୀବନ ରହିଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏଥିସହିତ ସେଠାରେ ଫଟୋସିନ୍ଥେସିସ୍ ପରି ପ୍ରକ୍ରିୟା ହେଉଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଫଟୋସିନ୍ଥେସିସ୍ ପ୍ରକ୍ରିୟା ମାଧ୍ୟମରେ ବୃକ୍ଷଲତା,ଏଲଗୀ ଓ ସାଇନୋବ୍ୟାକ୍ଟେରିଆ ଏନର୍ଜି ସୃଷ୍ଟି କରିଥାନ୍ତି । ଏଥିପାଇଁ ଜଳ ଓ ସୂର୍ଯ୍ୟ କିରଣର ଆବଶ୍ୟକତା ପଡ଼ିଥାଏ । ଏହିଠାରୁ ହିଁ ପୃଥିବୀ ବାୟୁମଣ୍ଡଳର ସବୁଠାରୁ ଅଧିକ ଅକ୍ସିଜେନ ସୃଷ୍ଟି ହୋଇଥାଏ । ମାତ୍ର, ଏକ ନୂଆ ରିପୋର୍ଟ ଅନୁସାରେ, ମଙ୍ଗଳ ଗ୍ରହରେ ଧ୍ରୁବ ନିକଟରେ ବରଫର ଏକ ମୋଟା ଚାଦର ରହିଛି ଏବଂ ସେଠାରେ ଜୀବସତ୍ତାର ସମ୍ଭାବନା ଥାଇପାରେ ।

Advertisement

ବୈଜ୍ଞାନିକମାନଙ୍କ ଅନୁଯାୟୀ, ସୂର୍ଯ୍ୟ ବିକିରଣରୁ ବର୍ତ୍ତିବା ପାଇଁ ବରଫର ଚାଦର ତଳେ ଫଟୋସିନ୍ଥେସିସ୍ ବା ଅନ୍ୟ କୌଣସି ପ୍ରକ୍ରିୟା ମାଧ୍ୟମରେ ଜୀବନ ସମ୍ଭବ ହୋଇଥାଇପାରେ । ତାହାକୁ ରେଡିଆକ୍ଟିଭ ହାବିଟେବୁଲ ଜୋନ୍ସ କୁହାଯାଏ । ବୈଜ୍ଞାନିକମାନେ ନାସାର ଆର୍ବିଟର, ପରର୍ସିଭରେନ୍ସ ରୋଭର, ମାର୍ସ ସାମ୍ପଲ ଓ ଏକ୍ସୋମାର୍ସ ପରି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟାକୁ ଆନାଲିସିସ୍ କରିଥିଲେ । ଏହି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟା ଆଧାରରେ ହାଇପୋଥିସିସ୍‌କୁ ପ୍ରସ୍ତୁତ କରାଯାଇଥିଲା । ଏନେଇ ଅଧିକ ତଥ୍ୟ ହାସଲ ହେବା ପାଇଁ ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳକୁ ଯାଇ ସେଠାରେ ଯାଞ୍ଚ କରିବାକୁ ପଡ଼ିବ । ପରେ ସେଠାରେ ଜୀବସତ୍ତା ରହିଛି କି ନାହିଁ ତାହା ଜଣାପଡ଼ିବ । ପୃଥିବୀ ଓ ମଙ୍ଗଳ ଉଭୟ ଗ୍ରହ ହାବିଟେବଲ ଜୋନରେ ଆସୁଥିବା ବେଳେ ମଙ୍ଗଳରେ ପାଣିର ଉପସ୍ଥିତି ଥାଇପାରେ । ପୃଥିବୀରେ ଅଧିକାଂଶ ପାଣି ରହିଥିବା ବେଳେ ମଙ୍ଗଳର ଅଧିକାଂଶ ସ୍ଥାନ ଲାଲ୍ ଓ ଶୁଷ୍କ ଥାଏ ।

Leave a Reply

Your email address will not be published. Required fields are marked *