ମାକ୍ସିକୋ ସଂସଦରେ ଅଛନ୍ତି ଏଲିୟନ, ୧୦୦୦ ବର୍ଷ ପୁରୁଣା ବୋଲି ଦାବି କଲେ ବୈଜ୍ଞାନିକ
1 min readମାକ୍ସିକୋ: ଲାଟିନ ଆମେରିକୀୟ ଦେଶ ମାକ୍ସିକୋରେ ଦେଖିବାକୁ ମିଳିଛି ଏକ ଅସାଧାରଣ ଘଟଣା ।ଯାହାକୁ ମାନବ ସଭ୍ୟତାର ଇତିହାସରେ ବ୍ୟାଖ୍ୟାକାରୀ ମୁହୂର୍ତ୍ତ ବୋଲି କୁହାଯାଏ । ତେବେ କଣ ସେହି ଘଟଣା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା । ମେକ୍ସିକୋ ସଂସଦରେ ଦେଖାଯାଇଛି ‘ଏଲିୟନ୍’ର କଙ୍କାଳ । ଯାହାକୁ ନେଇ ମଙ୍ଗଳବାର ଏଠାରେ ମେକ୍ସିକାନ୍ ଜର୍ଣ୍ଣାଲିଷ୍ଟ୍ ତଥା ୟୁଫୋଲୋଜିଷ୍ଟ୍ ଜ୍ୟାମି ମୋସାନ୍ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଦୁଇଟି କଙ୍କାଳକୁ ଦେଖାଇ ଏହାକୁ ଏଲିୟନ୍ର ବୋଲି କହିଛନ୍ତି । ଆହୁରି ସେ ଦାବି କରିଛନ୍ତି ଯେ ଏହାକୁ କାର୍ବନ୍ ଡେଟିଂ ଜରିଆରେ ରିସର୍ଚ୍ଚ କରାଯାଇଛି । ଏହି ଦୁଇଟି କଙ୍କାଳ ୧୦୦୦ ବର୍ଷରୁ ବି ଅଧିକ ପୁରୁଣା ।ଏ ଘଟଣା ଜଣାପଡିବା ପରେ ବର୍ତ୍ତମାନ ଏହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦୁଇଟି କାଠବକ୍ସରେ ଦୁଇଟି ମୃତଦେହକୁ ରଖାଯାଇଛି, ଯାହା ଏଲିୟନ୍ର ବୋଲି ଦାବି କରାଯାଉଛି । ସୋମନଙ୍କ ଉଚ୍ଚତା ବହୁତ କମ୍ ରହିଛି । ଏମାନଙ୍କ ହାତରେ ମାତ୍ର ୩ଟି ଆଙ୍ଗୁଳି ଅଛି ।
ସୂଚନା ଅନୁସାରେ, ମେକ୍ସିକୋ ସଂସଦରେ ୟୁଏଫ୍ଓ ବିଶେଷଜ୍ଞ ଜ୍ୟାମି ମୋସାନ୍ଙ୍କ ଉପସ୍ଥିତିରେ ଦୁଇଟି ଏଲିୟନର ମୃତଦେହକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଛି । ଏହାକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଥିବା କୁହାଯାଇଛି । ୧୦୦୦ ବର୍ଷର ପୁରୁଣା ଏହି ମୃତଦେହକୁ ମେକ୍ସିକୋର ଜାତୀୟ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ଦ୍ୱାରା କାର୍ବନ ଡେଟିଂ ପ୍ରକ୍ରିୟା ମାଧ୍ୟମରେ ବିଶ୍ଳେଷଣ କରାଯାଇଥିଲା । ସଂସଦରେ ଏଲିୟନର ମୃତଦେହକୁ ପ୍ରଦର୍ଶିତ କଲାବେଳେ ସେଠାରେ ଆମେରିକୀୟ ନୌସେନାର ପାଇଲଟ୍ ରୟାନ୍ ଗ୍ରେଭ୍ସ ଉପସ୍ଥିତ ଥିଲେ । ସେ ଦାବି କରିଛନ୍ତି ଯେ ଅନେକ ଥର ୟୁଏଫ୍ଓ ସହିତ ତାଙ୍କର ସାମ୍ନା ହୋଇଛି । ଏହି ମୃତଦେହ ଗୁଡ଼ିକର ମଣିଷ ସହିତ କୌଣସି ସମ୍ବନ୍ଧ ନାହିଁବୋଲି ମଧ୍ୟ ସେ ଦାବି କରିଥିଲେ । ତେବେ ଏହାର କିଛି ସତ୍ୟତା ରହିଛି ନା ତାହା ପଛରେ ବିଦେଶୀମାନଙ୍କର କୌଣସି ଷଡଯନ୍ତ୍ର ରହିଛି ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।