Pratidin TV

Odisha's Digital News Platform

ଖେଳକୁଦ ବୟସରେ ପୁଅ ପାଲଟିଛି ଶର୍ଯ୍ୟାଶାୟୀ ; କାମ କରୁନି BSKY ,ଦେହଫାଟି ବହୁଛି ପାଣି

1 min read

ପୁରୀ : ବିପଦ କେତେବେଳେ କେମିତି ଆସେ କେହି କହି ପାରନ୍ତି ନାହିଁ। ପୁଣି ତାହା ଯେତେବେଳେ ଅଜଣା ରୋଗ ରୂପରେ ଆସେ ପରିସ୍ଥିତି ସଙ୍ଗିନ ହୋଇଯାଏ। ଗୋଟିଏ ଗରିବ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି ଏମିତି ଏକ ରୋଗ। ବାପା -ମା ଙ୍କ ଆଗରେ ଖେଳି ନାଚି ପାଠ ପଢା ବୟସରେ ପୁଅ ପାଲଟିଛି ଶର୍ଯ୍ୟାଶାୟୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲି ଅନ୍ତର୍ଗତ ଆଳସାହି ଗ୍ରାମର ମନୋରଞ୍ଜନ ବେହେରା ଓ ଉତ୍ତରା ବେହେରା ଙ୍କ ୧୩ବର୍ଷୀୟ ପୁଅ ଉପମନ୍ୟୁ।ଚିକିତ୍ସା କରି ଜମି ବାଡ଼ି ବିକି ଦେଲେଣି ବାପା ମା। ତଥାପି ଆବଶ୍ୟକ ଲକ୍ଷାଧିକ ଟଙ୍କା। ଏବେ ସରକାରୀ ସହାୟତା କିମ୍ବା ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ଭରସା।

ପରିବାର ଲୋକଙ୍କ କହିବା ଅନୁଯାୟୀ ଦୀର୍ଘ ୭ମାସ ତଳେ ସବୁ ଠିକ ଠାକ ଥିଲା। ଉପମନ୍ୟୁ ଖୁସିରେ ସାଙ୍ଗ ସାଥି ସହ ଖେଳ କୁଦ କରିବା ସହ ପାଠ ପଢୁଥିଲା। ହଠାତ କାଳ ଆସିଲା ଅଜଣା ରୋଗ। ଗତ ବର୍ଷ ହୋଲି ପର୍ବ ପରେ ପରେ ଉପମନ୍ୟୁ ଙ୍କ ଶରୀରରେ ଘିମିରି ଭଳି ଆସ୍ତେ ଆସ୍ତେ ହେଲା ତା’ ପରେ ପରିବାର ଲୋକେ ବିଭିନ୍ନ ମେଡିକାଲ ବୁଲିବା ପରେ ପୁରୀର ଚର୍ମ ବିଭାଗ ଡକ୍ଟର ଙ୍କୁ ପାଖକୁ ଚିକିତ୍ସା ମଧ୍ୟ ହେଲେ କିଛି ସୁଫଳ ମିଳି ନଥିଲା। ଏହା ପରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲ ଚିକିତ୍ସା କରାଇଥିଲେ। ସବୁଥିରେ ଫେଲ ମାରିଲେ ପରିବାର ଲୋକ। ବିଭିନ୍ନ ମେଡିକାଲ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ କାମ କରୁନାହିଁ। କ୍ରମଶଃ ଉପମନ୍ୟୁ ଙ୍କ ଶରୀର ରୋଗ ବୃଦ୍ଧି ପାଇଁ ଦେହ ସାରା ଫାଟି ମଧ୍ୟ ଗଲାଣି। ଚଲା ବୁଲା ତ ଦୂରର କଥା ଏବେ ସେ ଶଯ୍ୟାଶାୟୀ। କେତେ ଆଡୁ ଚିକିତ୍ସା ହେଲା ପରେ କିଛି ଦିନ ତଳେ ଡାକ୍ତର ରୋଗ ଚି଼ହ୍ନଟ କରିଛନ୍ତି। ଏଥିପାଇଁ ଡକ୍ଟର କହିଛନ୍ତି ଲକ୍ଷାଧିକ ଟଙ୍କା ଦରକାର। ଯାହା ଏବେ ଉପମନ୍ୟୁ ଙ୍କ ପରିବାର ଉପରେ ପାହାଡ଼ ସଦୃଶ ହୋଇ ପଡୁଛି।
ଉପମନ୍ୟୁ ବେହେରା ଙ୍କ ମା ଉତ୍ତରା ବେହେରା କହିବା କଥା ଦୀର୍ଘ ୭ମାସ ମଧ୍ୟରେ ପୁଅର ଚିକିତ୍ସା ପାଇଁ ସବୁ ଅର୍ଥ ସାରି ସାରିଲେଣି। ଏଥିପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ସାହାଯ୍ୟ ନ କଲେ ପୁଅ ଭଲ ହୋଇପାରିବ ନାହିଁ। ହାତରେ ଟଙ୍କା ନଥିବା ବେଳେ ବାହାରେ କେମିତି ପୁଅର ଚିକିତ୍ସା କରିବେ ତାହା ଏବେ ଭାବି ମଧ୍ୟ ପାରୁନାହାନ୍ତି। ଜମି ବାଡ଼ି ଯାହା ଥିଲା ଚିକିତ୍ସା ପାଇଁ ବିକିଦେଇଛନ୍ତି ଉପମନ୍ୟୁ ଙ୍କ ପରିବାର। ହାତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ହେଁ ତାହା କାମକୁ ନୁହଁ ବୋଲି ଫେରାଇ ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଏବେ ପୁଅର ଏଭଳି ଅବସ୍ଥା ଦେଖି ମା ଆଖିରୁ ଲୁହ ସରୁନି। ୧୩ବର୍ଷର ପୁଅର ଚିକିତ୍ସା ପାଇଁ ସରକାର କିମ୍ବା ସହୃଦୟ ବ୍ୟକ୍ତିର ସହାୟତା ଲୋଡିଛନ୍ତି ଉପମନ୍ୟୁର ମା -ବାପା। ଅର୍ଥ ଅଭାବ ଥିବା ଉପମନ୍ୟୁ ଙ୍କ ଜେଜେ ମା ଘର ଘର ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି ନାତିକୁ ଆରୋଗ୍ୟ କରିବା ପାଇଁ। କେବେ କେମିତି ଗ୍ରାମବାସୀ ମଧ୍ୟ ସାହାଯ୍ୟ କରୁଥିବା ବେଳେ ସରକାରୀ ସହାୟତା ହେଲେ ପିଲାଟି ଭଲ ହୋଇ ପାରିବ ବୋଲି କହିଛନ୍ତି ପଡୋଶୀ।

ଏ ବିଷୟରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି ରାଜ୍ଵସ ନିରୀକ୍ଷକ ଙ୍କୁ ଉପମନ୍ୟୁ ଙ୍କ ଘରକୁ ପଠାଇ ଘଟଣା ସମ୍ପର୍କରେ ବୁଝିବା ପରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ସରକାରୀ ସ୍ତରରେ ଓ ରେଡକ୍ରସ ତରଫରୁ ଯାହା ସବୁ ସୁବିଧା ସୁଯୋଗ ଅଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସାହାଯ୍ୟ କରାଯିବ। ଯଦି କେହି ସହୃଦୟ କିମ୍ବା ବଦାନ୍ୟ ବ୍ୟକ୍ତି ଉପମନ୍ୟୁ ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହା ହେଲେ ଉପମନ୍ୟୁ ଙ୍କ ବାପା ମନୋରଞ୍ଜନ ଙ୍କ ଫୋନ ପେ ନମ୍ବର (୭୭୮୮୮୪୧୬୯୧)ଅଥବା ୭୭୮୮୮୪୧୬୯୧ ମାଧ୍ୟ୍ୟମରେ ସହାୟତା ପଠାଇ ପାରିବେ। ଆପଣ ଙ୍କ ଏକ ଛୋଟ ସହାୟତା କୁନି ଉପମନ୍ୟୁ ଙ୍କ ମୁହଁରେ ହସ ଫୁଟାଇବ, ଖୁବ ଶୀଘ୍ର ସୁସ୍ଥ ହେବ।

Leave a Reply

Your email address will not be published. Required fields are marked *