Pratidin TV

Odisha's Digital News Platform

ଦାବି ପୂରଣ ନହେଲେ ଫେବୃଆରୀ ୧ ରୁ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର ..

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପୁଣି ମିଳିଲା ଚେତାବନି । ଏଥର କିନ୍ତୁ ଆମ ଚାଷୀ ଭାଇ କିମ୍ବା ଅଙ୍ଗନବାଡି କର୍ମୀ ନୁହଁନ୍ତି । ବରଂ ରାଜ୍ୟର ରୋଗୀ ଚିକିତ୍ସକ ଅର୍ଥାତ୍ ଡାକ୍ତରମାନେ ହିଁ ଦେଇଛନ୍ତି ଚେତାବନୀ ।

ଯଦି ଜାନୁଆରୀ ଶେଷ ସୁଦ୍ଧା ଦାବି ପୂରଣ ନହୁଏ ତେବେ ପ୍ରେବୃଆରୀ ୧ ରୁ ନିଜର ଡିୟ୍ୟୁଟି ଛାଡି ଡାକ୍ତରମାନେ ଆନ୍ଦୋଳନରେ ବସିବେ ବୋଲି କଡା ଚେତାବନୀ ଦେଇଛନ୍ତି । ଏକପ୍ରେସମିଟ୍ ଡାକି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ୍ ରାଜ୍ୟ ସରକାରଙ୍କୁ ଏହି ଚେତାବନୀ ଦେଇଛି । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ଅବସର ବୟସ ବୃଦ୍ଧି,ଅସ୍ଥାୟୀ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି ପୂରଣ କରିବା ଲାଗି ସେମାନେ ଦାବି ରଖିଛନ୍ତି ।

୨୦୨୧ ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ମଧ୍ୟ ଏହି ଦାବିରେ ସାମିଲ ଅଛି । ଏହାସହ ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ ଦାବି ।

ତେବେ ବର୍ତ୍ତମାନ ଏହି ଖବର ସାଧାରଣ ଲୋକମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯଦି ସରକାର ସେମାନଙ୍କ ଦାବି ପୂରଣ କରିବାରେ ଅସଫଳ ରୁହନ୍ତି । ଅବା କୌଣସି କାରଣ ବସତ ସେମାନଙ୍କ ଦାବି ପୂରଣ ନହୋଇପାରେ । ତେବେ ଫେବୃଆରୀ ୧ ରୁ ଡାକ୍ତରମାନେ ରାଜରସ୍ତାକୁ ଓହ୍ଲାଇବେ । ଯାହାଦ୍ୱାରା ଚିକିତ୍ସାଳୟରେ ହଜାର ହଜାର ରୋଗୀ ଅବହେଳିତ ହେବେ ।

Leave a Reply

Your email address will not be published. Required fields are marked *