Pratidin TV

Odisha's Digital News Platform

ଜିଲ୍ଲାପାଳକଙ୍କ ବଡ ଘୋଷଣା : ବୁଧବାର କଟକରେ ଅଧାଦିନ ବନ୍ଧ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

1 min read

କଟକ : ଆସନ୍ତାକାଲି କଟକ ସହରରେ ବନ୍ଧ ରହିବ ସମସ୍ତ ଶିକ୍ଷାନୁଷ୍ଠାନ /ସ୍କୁଲ । ଜାନିଆରୀ ୧୩ ରେ ରାଉଲକେଲା ଓ ବୁବନେଶ୍ୱରରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ଆସନ୍ତାକାଲି କଟକ ବାରାବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉତ୍ସବ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏନେଇ ଆସନ୍ତାକାଲି କଟକ ସହରରେ ସମସ୍ତ,ସ୍କୁଲ ,କଲେଜ୍ ଗୁଡିକୁ ଦିନ ୨ ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁନିର୍ଦ୍ଦେଶ ଦିଆଯାଇଛି ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି, ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କଟକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ଦିନ ୨ଟାରୁ ବନ୍ଦ ରହିବ।

Advertisement

ତେବେ ହକିର ଉଦ୍‌ଘାଟନୀ ଉତ୍ସବକୁ ଆହୁରି ରଙ୍ଗିନ କରିବା ଲାଗି । ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀର ପର୍ବ ଆୟୋଜନ ହେବ । ଏଥିରେ ବଲିଉଡ୍‌ର ଅନେକ ନାମୀଦାମୀ କଳକାର ଯୋଗଦେବେ । ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟଆକର୍ଷନ ସାଜିବେ ବଲିଉଡ୍‌ର ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦିଶା ପଠାନୀ । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍ ମଦ୍ୟ ଯୋଗଦେବେ । ଏନେଇ ଗତକାଲି ଅପରାହ୍ନ ୨ଟା ପରଠାରୁ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି କରିଦିଆଯିବ ।

Leave a Reply

Your email address will not be published. Required fields are marked *