Pratidin TV

Odisha's Digital News Platform

ବାରଣାସୀ ଉପରେ ସମସ୍ତଙ୍କ ନଜର, ନେତା ବାଛିବେ ଜନତା

1 min read

ଆରମ୍ଭ ହୋଇଛି ଗଣତନ୍ତ୍ର ପର୍ବ | ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ଦେଉଛି ଭୋଟ | ଏହି ପର୍ଯ୍ୟାୟରେ ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଚାଲିଛି ଭୋଟିଂ | ଉତ୍ତରପ୍ରଦେଶର, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଓଡିଶା, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଚାଲିଛି ଭୋଟିଂ। ତେବେ । ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ।

ତେବେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ‘NDA’ ମହାମେଣ୍ଟ, ଅନ୍ୟପଟେ କଂଗ୍ରେସ ନେତୃତ୍ବାଧୀନ ‘INDIA’ ମହାଗଠବନ୍ଧନ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଛି NDA । ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପୂରା ଦମ ଲଗାଇ ଦେଇଛି ଭାରତୀୟ ଜନତା ପାର୍ଟି (BJP) । ଅପରପକ୍ଷରେ ପରିବର୍ତ୍ତନର ନାରା ଦେଇ ଶାସକ ମହାମେଣ୍ଟକୁ କଡ଼ା ଟକ୍କର ଦେଉଛି ‘INDIA’ ମହାଗଠବନ୍ଧନ ।

Advertisement

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୩ଥର ପାଇଁ ବାରଣାସୀ ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି | ଏହି ନିର୍ବାଚନରେ ମୋଦିଙ୍କୁ କଡା ଟକ୍କର ଦେବାକୁ ସାମ୍ନାରେ ଅଛନ୍ତି କଂଗ୍ରେସର ଉତ୍ତରପ୍ରଦେଶ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ । ପ୍ରତ୍ୟେକ ଥର ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭୋଟିଂ ପାଇଁ ଟ୍ବିଟରେ ଲେଖିଛନ୍ତି, ‘‘ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ, ଆମର ଯୁବକ ଏବଂ ମହିଳା ଭୋଟରମାନେ ଭୋଟ୍ ଦେବା ପାଇଁ ରେକର୍ଡ ସଂଖ୍ୟାରେ ଆଗେଇ ଆସିବେ । ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ।’’

Leave a Reply

Your email address will not be published. Required fields are marked *