Pratidin TV

Odisha's Digital News Platform

ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା ,ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ହେଲେ ନବୀନ

ଭୁବନେଶ୍ୱର : ଶୁକ୍ରବାର ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ମୋଟ ସମ୍ପତ୍ତି ତାଲିକା । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ମୋଟ ସଂପତ୍ତି ତାଲିକାର ପ୍ରକାଶ କରାଯାଇଛି । ତେବେ ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିଛନ୍ତି । ସେହିପରି ସମସ୍ତଙ୍କ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀମଣ୍ଡଳର ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ।

ନବୀନଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ୩୧ ଭିତରେ ୬୪କୋଟି ୯୭ ଲକ୍ଷ ଟଙ୍କା ରହିଛି । ଦିଲ୍ଲୀ ଜନପଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା । ଭୁବନେଶ୍ୱର ସ୍ଥିତ ଏସବିଆଇରେ ୨୧ ଲକ୍ଷ ୭୧ ହଜାର ଟଙ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧ କୋଟି ୧୧ ଲକ୍ଷରୁ ଉର୍ଦ୍ଦ ଟଙ୍କା ଥିବା ଜଣାପଡିଛି । ସେହିଭଳି ୧ କୋଟିର ପୋଷ୍ଟାଲ ସେଭିଙ୍ଗ ମଧ୍ୟ ରଖିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସ ବିକିଥିବା ବେଳେ ସେଥିରୁ ୯ କୋଟିର ଆରବିଆଇ ବଣ୍ଡ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ତାଙ୍କର ପୁରୁଣା ଆମ୍ବାସଡରର ଦାମ୍ ୬, ୪୩୪ ଟଙ୍କା ଦର୍ଶାଯାଇଛି। ସେହିଭଳି ଅନ୍ୟ ମନ୍ତ୍ରିମାନଙ୍କ ସମ୍ପତ୍ତିକୁ ମଧ୍ୟ ଆଜି ସର୍ବସାଧାରଣ ସମ୍ମୁଖରେ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *