Pratidin TV

Odisha's Digital News Platform

ରାଜ୍ୟରେ ପ୍ରବଳ ବର୍ଷା, ପୁରୀରେ ଛୁଟି ଘୋଷଣା କଲେ ଜିଲ୍ଲାପାଳ ..

1 min read

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା ଏବଂ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି। ଏନେଇ ସ୍କୁଲ ଛୁଟି ଘୋଷଣା ହୋଇଛି। ଦିନକ ପାଇଁ ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଦୁର୍ବଳ ହୋଇଛି ଲଘୁଚାପ। ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ରହିବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ରହିବ। ଝଡତୋଫାନ ମଧ୍ୟ ବୋହିବ। ଏନେଇ ଆଗାମୀ ୩ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisement


ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଧ୍ୟମଧରଣର ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ। ସେହିପରି କଟକ ଓ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *