Pratidin TV

Odisha's Digital News Platform

ତୁଟିଗଲା ସବୁ ବିବାଦ , ଏବେ କଙ୍ଗନାଙ୍କ ପ୍ରଚାର କରିବେ ଶେଖର ସୁମନ !

1 min read

ଶେଖର ସୁମନ ଏବଂ ବଲିଉଡ କୁଇନ କଙ୍ଗନା ରାଣାୱତ ମଧ୍ୟରେ ସବୁ ବିବାଦରେ ପଡିପାରେ ପୂର୍ଣ୍ଣଛେଦ । କଙ୍ଗନା  ହେଉଛନ୍ତି  ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ । ଏବେ ଉଭୟ ତାରକା ଗୋଟିଏ ଦଳରେ ସାମିଲ ହୋଇଛନ୍ତି  । ବର୍ତ୍ତମାନ କଙ୍ଗନା ଲୋକସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ହିମାଚଳ ପ୍ରଦେଶର ମଣ୍ଡିରୁ ଲଢ଼ୁଥିବା ବେଳେ , କଙ୍ଗନାଙ୍କ ପାଇଁ ପ୍ରଚାର କରିବାକୁ ମୈଦାନ କୁ ଓହ୍ଲାଇବାକୁ କହିଛନ୍ତି ଶେଖର । ଯାହା ସାମ୍ନାକୁ ଆସିବା ପରେ ସମସ୍ତେ କହୁଛନ୍ତି ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ଖୁବଶୀଘ୍ର ଦୂର ହୋଇଯିବ  । ସୂଚନା ଅନୁସାରେ, ଶେଖର ସୁମନ ମଙ୍ଗଳବାର ଦିନ ଦିଲ୍ଲୀର ବିଜେପି ଦଳର ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ଏବେ ସେ ବିଜେପିରେ ସାମିଲ ହେବା ପରେ କଙ୍ଗନାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି କହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶେଖର ସୁମନଙ୍କୁ ପଚରାଯାଇଥିଲା ଯେ ସେ ପୂର୍ବ ମତଭେଦ ସତ୍ତ୍ୱେ ମଣ୍ଡିରେ କଙ୍ଗନା ପାଇଁ ପ୍ରଚାର କରିବେ କି? ଏହାର ଉତ୍ତରରେ ସେ କହିଛନ୍ତି, ‘ଯଦି ସେ ମୋତେ ନିମନ୍ତ୍ରଣ କରନ୍ତି ତେବେ ମୁଁ ନିଶ୍ଚୟ ଯିବି । ଏହା ମୋର ଦାୟିତ୍ୱ ଏବଂ ମୋର ଅଧିକାର ।’ ଯାହା ପରେ ଉଭୟଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି କହୁଥିବା ବେଳେ କେତେକ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି । ଶେଖର ଏବଂ କଙ୍ଗନା ମଧ୍ୟରେ ଥିବା ବିବାଦ ବହୁତ ପୁରୁଣା । ମୋହିତ ସୁରିଙ୍କ ନିର୍ଦ୍ଦେଶିତ ‘ରାଜ୍: ଦ ମିଷ୍ଟ୍ରି କଣ୍ଟିନ୍ୟୁଜ’ ସେଟରେ କଙ୍ଗନା ଏବଂ ଶେଖରଙ୍କ ପୁଅ ଅଧ୍ୟୟନ ସୁମନଙ୍କୁ ଭେଟିଥିଲେ ।

ଏଠାରୁ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । କଙ୍ଗନା ଏବଂ ଅଧ୍ୟୟନ ଆଠ ବର୍ଷ ଧରି ଡେଟ କରିଥିଲେ ଏବଂ ପରେ ସେମାନେ ୨୦୧୭ ରେ ଅଲଗା ହୋଇଥିଲେ । ଏହି ସମୟ ମଧ୍ୟରେ କଙ୍ଗନା ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ ଅଧ୍ୟୟନ । ଏଥିସହ କଙ୍ଗନା କଳା ଯାଦୁ କରିଥିବା ଅଭିଯୋଗ କରିଥିଲେ ଶେଖର । ଯାହାକୁ ନେଇ ଉଭୟଙ୍କ ଭିତରେ ବିବାଦ ଲାଗି ରହିଥିଲା ।  ଏବେ କଙ୍ଗନା ଏବଂ ଶେଖର ସୁମନ ଗୋଟିଏ ଦଳରେ ଯୋଗଦେବା ତା ତ୍ସହିତ କଙ୍ଗନା ଙ୍କ ଶେଖର ନିର୍ବାଚନ ପ୍ରଚାର କରିବାକୁ କହିବା ଲାଗୁଛି। ସବୁବିବାଦରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିଯିବ ବୋଲି   । 

Leave a Reply

Your email address will not be published. Required fields are marked *