Pratidin TV

Odisha's Digital News Platform

ସାମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ୧୪ ଜିଲ୍ଲାରେ ସମସ୍ତ ଐତିହ୍ୟ ସ୍ଥଳୀ

1 min read

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଏବଂ ମ୍ୟୁଜିୟମକୁ ୨ଦିନ ପାଇଁ ରଖାଯିବାର ନିଷ୍ପତ୍ତି ନେଇଛନ୍ତି । ଏଏସଆଇ ପୁରୀ ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।

ତେବେ ପୁରୀ ସର୍କଲରେ ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି । ସୂଚନା ଅନୁସାରେ ବାତ୍ୟା ସମୟରେ ଅଘଟଣକୁ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ଏତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ବନ୍ଦ ରହିବ ପୁରୀ ଏଏସଆଇ ସର୍କଲ ଅନ୍ତର୍ଗତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲା ରହିଛି । ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ତାରିଖ ଭୋର ସମୟରେ ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପାରେ । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଉଛି ।

Advertisement

ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତଟି ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି। ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଅବପାତଟି କେନ୍ଦ୍ରୀଭୂତ ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ବାତ୍ୟାର ରୂପ ନେବ। ଏହାପରେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ। ଆସନ୍ତାକାଲି ଏହା ଉତ୍ତର ପଶ୍ଚିମ ବଙ୍ଗୋପସାରରେ ଭୀଷଣ ବାତ୍ୟା ରୂପ ନେବ। ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ। ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ କରିନି ଆଇଏମଡି।

Leave a Reply

Your email address will not be published. Required fields are marked *