Pratidin TV

Odisha's Digital News Platform

ନିର୍ବାଚନ ପାଇଁ ବଦଳିଲା ଏହି ସବୁ ପରୀକ୍ଷାର ତାରିଖ ..

1 min read

ପାଖେଇ ଆସିଲାଣି ନିର୍ବାଚନ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ସେଥିପାଇଁ ବିଭିନ୍ନ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷାର ତାରିଖ ପରିବର୍ତ୍ତନ କରି ଅନ୍ୟ ତାରିଖରେ ଧାର୍ଯ୍ୟ କରାଯାଇଛି।

କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA । ତେବେ ହେବାକୁଥିବା ନିର୍ବାଚନ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି ।

Advertisement

JEE Main 2024 ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ବର୍ତ୍ତମାନ ଏପ୍ରିଲ ୪ରୁ ୧୨ରେ ହେବ। ତେବେ JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବନିର୍ଦ୍ଧାରିତ ତାରିଖ ମେ’ ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

UPSC ସିଭିଲ ସର୍ଭିସେସ ପରୀକ୍ଷା: UPSC ପ୍ରିଲିମଗୁଡିକ ବର୍ତ୍ତମାନ ମେ’ ୨୬ର ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ।

NEET PG 2024: ଲୋକ ସଭା ନିର୍ବାଚନ ପାଇଁ NEET PG ପରୀକ୍ଷାକୁ ଆସନ୍ତା ଜୁନ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ଏହାର ଫଳାଫଳ ବାହାରିବ ବୋଲି ଆଶା କରାଯାଉଛି। ସେହିଭଳି, NEET UG ପରୀକ୍ଷା ମେ’ ୫ରେ ହେବ। ଏହାର କାର୍ଯ୍ୟସୂଚhୀପରିବର୍ତ୍ତନ କରାଯାଇ ନାହିଁ।

ସେହିପରି ଏପ୍ରିଲ ୧୬ ରୁ ୩୦ ମଧ୍ୟରେ ହେବାକୁ ଥିବା MHT-CET (PCM ଗ୍ରୁପ) ପରୀକ୍ଷା ବର୍ତ୍ତମାନ ମେ’ ୨ ରୁ ୧୭ ପର୍ଯ୍ୟନ୍ତ ହେବ। PCB ଗ୍ରୁପ ପରୀକ୍ଷା ଏପ୍ରିଲ ୨୨ ରୁ ୩୦ ମଧ୍ୟରେ ହେବ।

TS EAPCET ପରୀକ୍ଷା ମେ’ ୯, ୧୦, ୧୧, ଏବଂ ୧୨ ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟାରେ ହେବ। ପୂର୍ବରୁ ମେ’ ୧୭ରେ ହେବାକୁ ଥିବା TS POLYCET ର ପରୀକ୍ଷା ବର୍ତ୍ତମାନ ମେ’ ୨୪ ତାରିଖ ସକାଳ ୧୧ଟାରୁ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି ICAI CA intermediate ଗ୍ରୁପ-୧ ପରୀକ୍ଷା ବର୍ତ୍ତମାନ ମେ’ ୩, ୫, ଓ ୯ ତାରିଖରେ ହେବ। ସେହିପରି ଗ୍ରୁପ-୨ ପରୀକ୍ଷା ମେ’ ୧୧, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବ।

CUET UG ପରୀକ୍ଷା ମେ’ ୨୦ ରୁ ୩୧ ମଧ୍ୟରେ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ନିର୍ବାଚନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ତାରିଖ ଗୁଡ଼ିକୁ ବଦଳାଇବାକୁ ଚିନ୍ତା କରୁଛି।

Leave a Reply

Your email address will not be published. Required fields are marked *