ପୁଣି ବିବାଦରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ; ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କ ନାଁରେ ନିର୍ଯାତନା ଅଭିଯୋଗ …..
1 min readସମ୍ବଲପୁର : ପୁଣି ବିବାଦରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । କେତେ ବେଳେ ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀ ଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ତ କେତେ ବେଳେ ପ୍ରଶ୍ନପତ୍ର ଲିକ କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବର୍ତମାନ ବିଶ୍ୱ ବିଦ୍ୟାଳୟ ର କୁ ନେଇ ଆସିଛି ସାଘାତିକ୍ ଖବର । ଏଥର ଅଭିଯୋଗ ନିଜେ ଜଣେ ଆସିଷ୍ଟାଣ୍ଡ ପ୍ରଫେସର କରିଥିବା ଜଣାପଡିଛି । ଖବର ଅନୁଯାୟୀ ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଡ ପ୍ରଫେସର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।
ରାଜନୀତି ବିଜ୍ଞାନ ବିଭାଗର ଜଣେ ପୁରୁଷ ଆସିଷ୍ଟାଣ୍ଡ ପ୍ରେଫେସର ଦୀର୍ଘ ୭ ବର୍ଷ ହେଲା ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବାର ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ମହିଳା ଆସିଷ୍ଟାଣ୍ଡ ପ୍ରଫେସର । ଏନେଇ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି,ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନ ଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଓ ସମ୍ପୃକ୍ତ ପୁରୁଷ ଆସିଷ୍ଟେଣ୍ଡ ପ୍ରଫେସର ଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିକରିଛନ୍ତି ପୀଡିତା ପ୍ରଫେସର । ଅନ୍ୟପଟେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ କୁଳପତିଙ୍କ ନିର୍ଦେଶକ୍ରମେ ଇଣ୍ଟରନାଲ କଂପ୍ଲେନ କମିଟିକୁ ଏହି ମାମଲା ହସ୍ତାନ୍ତର କରାଯାଇଛି ।
ଆସନ୍ତା ୨୮ ତାରିଖରେ କମିଟିର ଚେୟାରମ୍ୟାନ ପ୍ରଫେରସ ବିନତା ନାୟକ ଙ୍କ ନେତୃତ୍ୱ ରେ ଏହି ମାମଲା ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ହେବ । ସେହି କମିଟିରେ ଯାହା ନିଷ୍ପତି ନିଆଯିବ ସେହି ହିସାବରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ଆସିଷ୍ଟାଣ୍ଡ ପ୍ରଫେସରଙ୍କ ନାଁରେ ଆଗରୁ ଅନେକ ଅଭିଯୋଗ ଥିବା ଜଣାପଡିଛି । ତେବେ ଏନେଇ ଥାନାରେ ଅଭିଯୋଗ ହେବ ନା ନାହିଁ ତାହା କମିଟି ନିଷ୍ପତି ନେବ ବୋଲି ସୂଚନା ଦିଆଯାଇଛି ।