ବିବାଦରେ ଅଦିନିଆ ରଥଯାତ୍ରା ,ଇସ୍କନ ବିରୋଧରେ ଦଣ୍ଡବିଧାନ ଲାଗୁକରିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ…
1 min readପୁଣି ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ । ଆମେରିକାର ହ୍ୟୁଷ୍ଟନ ଇସ୍କନ ଶାଖାକୁ ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ । ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ୯ ତାରିଖରେ ରଥଯାତ୍ରା କରିବାକୁ ହ୍ୟୁଷ୍ଟନ ଶାଖା ୱେବ୍ ସାଇଟ୍ ରେ ସୂଚନା ମିଳିବା ପରେ ଏହାକୁ ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।ଜଗନ୍ନାଥ ସଂସ୍କୃତିର ଶାସ୍ତ୍ରୀୟ ବିଧିକୁ ଖାତିର ନକରି ଇସ୍କନ ଧର୍ମାବଲମ୍ବୀ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବାରୁ ତେଜିଛି ଅସନ୍ତୋଷ ।
ତେବେ ବାରମ୍ବାର ଇସ୍କନ ସୋସାଇଟିର ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଇସ୍କନ ଭକ୍ତଙ୍କୁ ଆଗକୁ ସିଂହଦ୍ୱାର ମଧ୍ୟ ମନାହେବ ବୋଲି ଚେତାବନୀ ଦେଇଛନ୍ତି ଜଗନ୍ନାଥ ପ୍ରେମୀ । ଖାଲି ସେତିକି ନୁହେଁ କର୍ମ କରିବା ଆଳରେ ପର୍ଯ୍ୟଟକ ହିସାବରେ ଓଡିଶାକୁ ଆସି ଧର୍ମ ଖାଇଗଲେଲେଣି କିଛି ବେଧର୍ମୀ ମାନେ । ଏମାନେ ସାଧାରଣତ୍ ଖ୍ରୀଷ୍ଟିଆନ ସମ୍ପ୍ରଦାୟର, ଭାରତରେ ହିନ୍ଦୁ ଧର୍ମର ମଠା ଧୋତି ମୁଣି ମାଳି ଧରି ହିନ୍ଦୁ ସଂସ୍କୃତି ସନାତନ ଧର୍ମକୁ ନିନ୍ଦା କରେଇବା ମହାପ୍ରଭୁଙ୍କ ପରମ୍ପରା କୁ ଭଙ୍ଗକରି ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରିବା ଅଭ୍ୟାସ । ତେଣୁ ଏଭଳି ଇସ୍କନ ଲୋକଙ୍କୁ ସରକାର୍ ତୁରନ୍ତ ଏମାନଙ୍କ ଉପରେ ଦଣ୍ଡବିଧାନ ଲାଗୁ କରନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ଜଗନ୍ନାଥ ପ୍ରେମୀ ।