Pratidin TV

Odisha's Digital News Platform

ପୁଣି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ; ଡେଙ୍ଗୁ ରୋଗୀକୁ ଭୁଲ ରକ୍ତ ଦେଇ ନେଇଗଲେ ଜୀବନ !

1 min read

ଭୁବନେଶ୍ୱର ; ପୁଣି କ୍ୟାପିଟାଲ ହସ୍ପିଟାଲରେ ବଡ ଧରଣର ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ । ନିକଟରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳି ଅଭିଯୋଗ ପରେ ଏବେ ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଯାଇଛି ଏକ ଅମୂଲ୍ୟ ଜୀବନ । ଯାହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଘଟଣାଟି ଏମିତିକି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଚନ୍ଦ୍ରକଳା ମାନସିଂହ ଡେଙ୍ଗୁ ରୋଗର ଶୀକାର ହୋଇ ଥିଲେ । ଏନେଇ ତାଙ୍କ ପରିବାର ଗୁରୁବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଡାକ୍ତର ଚନ୍ଦ୍ରକଳାଙ୍କ ଦେଖି ତାଙ୍କୁ ପ୍ଲାଜମା ଦେବାକୁ କହିଥିଲେ । କିନ୍ତୁ ତେବେ ପ୍ଲାଜମା ଦେବା ପରେ ପୀଡ଼ିତାଙ୍କ ଶରୀର କୁଣ୍ଡେଇ ହୋଇ ଫଳିଯାଇଥିଲା । ତେବେ ଚନ୍ଦ୍ରକଳାଙ୍କ ଝିଅ ଓ ସ୍ୱାମୀ ଏନେଇ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ମଧ୍ୟ ଡାକ୍ତର ଚନ୍ଦ୍ରକଳାଙ୍କୁ ଚିକିତ୍ସା କରିବାକୁ ଆସିନଥିଲେ । ଫଳରେ ଚନ୍ଦ୍ରକଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ପ୍ଲାଜମା ସରିବାର ପାଖାପାଖି ଅଧଘଣ୍ଟା ପୂର୍ବରୁ ଚନ୍ଦ୍ରକଳାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପାଇଁ ପରିବାର ଲୋକେ ହସ୍ପିଟାଲ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଚନ୍ଦ୍ରକଳାଙ୍କର ମୃତ୍ୟୁ ହୋଇଛି ।

Advertisement

ତେବେ ଡାକ୍ତରଙ୍କ ଅବହେଳା ସହ ଭୁଲ ରକ୍ତ ପାଇଁ ଚନ୍ଦ୍ରକଳାଙ୍କ ଜୀବନ ଯାଇଥିବା କହୁଛନ୍ତି ପରିବାର । ଅନ୍ୟପଟେ ଅଭିଯୋଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *