Pratidin TV

Odisha's Digital News Platform

TATA POWER ନାମରେ ସଙ୍ଗୀନ ଅଭିଯୋଗ : ଗେଷ୍ଟ ହାଉସରେ ଝୁଲୁଛି ମୃତଦେହ , ମାଟିରେ ଲାଗିଛି ପାଦ….

1 min read

ବାଲେଶ୍ଵର : ଟାଟା ପାୱାର ଗେଷ୍ଟ ହାଉସରେ ଝୁଲୁଛି ମୃତଦେହ। ବାଲେଶ୍ଵର ସହରସ୍ଥିତ ପୋଲିସ ଲାଇନ ସର୍କିଟ ହାଉସ୍ ନିକଟ ଟାଟା ପାୱାର ଗେଷ୍ଟ ହାଉସ ପରିସରରେ ଥିବା ଆମ୍ବ ଗଛରେ ଜଣେ କର୍ମଚାରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ରେମୁଣା ଥାନା ଗୋବିନ୍ଦପୁରର ରାମ ଗୋପାଳ ଦାସ। ସେ ଟାଟା ପାୱାର ଗେଷ୍ଟ ହାଉସରେ ସହାୟକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ମୃତଦେହ ଗେଷ୍ଟ ହାଉସ ପରିସର ମଧ୍ୟରେ ଆମ୍ବ ଗଛରେ ଏକ ଦଉଡିରେ ଝୁଲୁଥିବା ପରିବାର ଲୋକଙ୍କୁ ସକାଳ ସମୟରେ ଖବର ଦିଆଯାଇଥିଲା।

ଏହା ଜାଣିବା ପରେ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଟାଟା ପାୱାର ଗେଷ୍ଟ ହାଉସରେ ପହଞ୍ଚିଥିଲେ। ମୃତକଙ୍କ ଶରୀର ଗଛରେ ଏକ ଦଉଡିରେ ଝୁଲୁଥିବା ବେଳେ ପାଦ ମାଟିରେ ଲାଗିଥିଲା। ଏନେଇ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଏହା ଏକ ଯୋଜନା ବଦ୍ଧ ହତ୍ୟା।ଏବଂ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦବାକୁ ଚେଷ୍ଟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Advertisement

ଟାଟା ପାୱାର ଗେଷ୍ଟ ହାଉସରେ ମୃତଦେହ ୬ ଘଣ୍ଟାରୁ ଅଧିକ ସମୟ ଝୁଲୁଥିବା ବେଳେ କୌଣସି ବରିଷ୍ଠ ଅଧିକାରୀ ପହଞ୍ଚିନଥିଲେ। ଯଦି ଏହା ଆତ୍ମହତ୍ୟା ହେଲେ କାହିଁକି ବରିଷ୍ଠ ଅଧିକାରୀ ପହଞ୍ଚି ନଥିଲେ ଏନେଇ ପ୍ରଶ୍ନ ଉଠିଛି? ଏହି ମୃତ୍ୟୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ସନ୍ଦେହ ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *