Pratidin TV

Odisha's Digital News Platform

ଅଣ୍ଡା ଆଣିବାକୁ ଯାଇ ଅପହରଣ ହୋଇଥିଲେ ନାବାଳକ, ଚେତା ଫେରିବା ପରେ ଗାଡିରୁ ମାରିଲେ ଚମ୍ପଟ

1 min read

ବଲାଙ୍ଗିର : ଅଣ୍ଡା କିଣିବାକୁ ଯାଇ ନାବାଳକକୁ ଅପହରଣ କରିନେଇଥିଲେ ଦୁବୃର୍ତ୍ତ । ଠିକାଣ ପଚାରିବା ଆଳରେ ପ୍ରଥମେ ନିଶା ଶୁଙ୍ଘାଇ କରିଥିଲେ ବେହୋସ । ଏହା ପରେ ଉଠାଇ ଗାଡିରେ ପୁରାଇ ମାରିଥିଲେ ଚମ୍ପଟ । କିନ୍ତ ପାଣି ଫୋଟକା ପରି ଦୁବୃର୍ତ୍ତଙ୍କ ମିଳେଇଗଲା ସମସ୍ତ ପ୍ଲାନ । ବଲାଙ୍ଗିିରରେ ଘଟିଛି ଏଭଳି ଘଟଣା । ଗତ କାଲି ସନ୍ଧ୍ୟାରେ ବଲାଙ୍ଗୀର ଦୁର୍ଗା ମନ୍ଦିର ନିକଟରୁ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି । ଘରୁ ଦୋକାନକୁ ଅଣ୍ଡା କିଣିବାକୁ ଯାଇଥିବା ବେଳେ ଦୁଇ ଦୃବର୍ତ୍ତ ନାବାଳକକୁ ଅପହରଣ କରିଥିବା ନେଇ ଟାଉନ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସନ୍ଧ୍ୟା ସମୟରେ ଛାତ୍ର ଜଣଙ୍କ ବ୍ରାହ୍ମଣପଡାରୁ ଦୁର୍ଗାମନ୍ଦିର ରାସ୍ତାରେ ସାଇକେଲ ରେ ଯାଉଥିବା ବେଳେ ରାସ୍ତାରେ ଅଟକି ରହିଥିବା ଏକ ମେକ୍ସ ପିକଅପ ଗାଡିରୁ ଜଣେ ଲୋକ ବାହାରି ଛାତ୍ରକୁ ଅଟକାଇ କୌଣସି ଠିକଣା ପଚାରିଥିଲେ ।

ତା ସହ କଥା ହେଉଥିବା ବେଳେ ସେହି ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଛାତ୍ରକୁ କିଛି ନିଶା ପଦାର୍ଥ ସୁଘାଇ ଅଚେତ୍ କରିଦେଇଥିଲେ । ପରେ ତାକୁ ସେଠାରୁ ଟେକି ନେଇ ବଲାଙ୍ଗୀର- ସମ୍ବଲପୁର ରାସ୍ତା ଯାଇଥିଲେ । ତେବେ ଶଙ୍କରଭୋଜି ଗାଁ ଠାରେ ଦୃବର୍ତ୍ତମାନେ ଗାଡିରୁ ଓହ୍ଲାଇଥିଲେ । ଠିକ ଏତିକି ବେଳେ ଛାତ୍ରର ଚେତା ଫେରିଥିଲା । କେହି ନଥିବାର ସୁଯୋଗ ପାଇ ସେ ଗାଡିରୁ ଖସି ଆସି ନିକଟରେ ଥିବା ଏକ ଦୋକାନକୁ ଯାଇ ଘଟଣା ବାବଦରେ କହି ଘର ଲୋକଙ୍କୁ ଫୋନ କରିବାକୁ କହିଥିଲେ ।

Advertisement

ଏନେଇ ଲୋକେ ସେଠାରେ ଛାତ୍ରର କଥା ଶୁଣି ରୁଣ୍ଡ ହେବାରୁ ଅପହରଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । କିଛି ସମୟ ପରେ ଛାତ୍ରଙ୍କ ପରିବାର ଲୋକେ ଶଙ୍କରଭୋଜି ଗାଁରେ ପହଞ୍ଚି ପୁଅକୁ ଉଦ୍ଧାର କରି ଟାଉନ ଥାନାରେ ଏତଲା ଦେଇଛନ୍ତି । ପରିବାର ଲୋକ ଭୁବନେଶ୍ୱର ଠାରେ ରହୁଥିବା ବେଳେ ଛାତ୍ର ଜଣଙ୍କ ମାମୁଁ ଘରେ ରହି ଏକ ଘରୋଇ ସ୍କୁଲରେ ପାଠ ପଢୁଛନ୍ତି । ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଦୃବର୍ତ୍ତମାନେ କିଏ କଣ ପାଇଁ ତାଙ୍କୁ ଅପହରଣ କରି ନେଉଥିଲେ ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଆଜି ଘଟଣା ସ୍ଥଳ କୁ ପୋଲିସ ନାବାଳକୁ ନେଇ ଯାଇଥିବା ଛାନଭିନ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *