Pratidin TV

Odisha's Digital News Platform

ବିବାହ ପ୍ରତିଶୃତି ଦେଇ ଠକିଦେଲେ କଷ୍ଟେବଳ ପ୍ରେମିକ , ୭ ବର୍ଷ ଲିଭ୍ ଇନ୍ ପରେ ..

ଭୁବନେଶ୍ୱର : ସାମ୍ନାକୁ ଆସିଲା କଷ୍ଟେବଳ କଳାକାରନାମା । ବିବାହର ପ୍ରତିଶ୍ରୁତି ଦେଇ ଠକିଲେ କନେଷ୍ଟବଳ ପ୍ରେମିକ । ୭ ବର୍ଷ ପରେ ପ୍ରେମିକା ଆଣିଲେ ସଙ୍ଗୀନ ଅଭିଯୋଗ । ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖି ୭ ବର୍ଷ ଲିଭଇନ୍‌ରେ ରହି ଏବେ ଛୁ ମାରିଛନ୍ତି ପ୍ରେମିକ କନେଷ୍ଟବଳ ପ୍ରୀତିରଞ୍ଜନ ବେହେର ।

ତେବେ ପ୍ରେମିକ କନେଷ୍ଟବଳ ପ୍ରୀତିରଞ୍ଜନ କଟକ ଜିଲ୍ଲା ଷଷ୍ଠ ବାଟାଲିୟନ ରେ କନେଷ୍ଟବଳ ଭାବରେ ନିଯୁକ୍ତି ଅଛନ୍ତି। ତାଙ୍କ ମଧ୍ୟ କଟକ ଜିଲ୍ଲା କାନପୁର ବାଘଦରିଆ ଅଞ୍ଚଳରେ ବୋଲି ଜଣାପଡିଛି ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପ୍ରୀତିରଞ୍ଜନ କେବଳ ତାଙ୍କୁ ଧୋକା ଦେଇନାହନ୍ତି ବରଂ ୭ ବର୍ଷ ରହିବା ଭିତରେ ଯୁବତୀଙ୍କ ଠାରୁ ୨୦ ଲକ୍ଷ୍ୟ ଟଙ୍କା ,ସୁନା ଗହଣା ଲୁଟି ଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ବାରମ୍ୱାର ମାଞ୍ଚେଶ୍ଵର ଥାନାରେ ଅଭିଯୋଗ ପରେ କିଛି କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଜି ସେ ଡିସିପି ଅଫିସ ର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *