Pratidin TV

Odisha's Digital News Platform

ଅଲରାଉଣ୍ଡରକୁ ହରାଇଲା ଓଲିଉଡ୍ ; ଆଖିବୁଜିଲେ ଅଭିନେତା, ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ‘ସ୍ୱରୂପ ନାୟକ ’…

ଭୁବନେଶ୍ୱର ; ଦୁଃଖରେ ବୁଡିଲା ପୁରା ଓଲିଉଡ୍ । ଆଖିବୁଜିଲେ ଓଲିଉଡ୍ ଜଗତର ଅଲରାଉଣ୍ଡର ସୂରୂପ ନାୟକ । ତାଙ୍କୁ ବାବୁ ଦା ନାମରେ ଜାଣନ୍ତି ପୂରା ଓଡିଆ ଇଣ୍ଡଷ୍ଟ୍ରି ।

ଗତ ୧୪ ଦିନ ତଳେ ସେ କଟକ ଜଗତପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ସାମ୍ନାକୁ ଆସିଥିଲା । ଯାହା ପୁରା ଓଡିସାବାସୀଙ୍କୁ ଚମକାଇ ଦେଇଥିଲା । କାରଣ ଏକାସାଙ୍ଗରେ ଏତେ କଳାର ଅଧିକାରୀ ବାବୁଦା ଯେ ଥ୍ରୋଟ୍ କ୍ୟାନସରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ତାହା କାହାକୁ ସହଜରେ ବିଶ୍ୱାସ ହୋଇପାରିନଥିଲା ।

୧୯୮୪ ମସିହାରେ ସେ ହୀରାନୀଳା କଥାଚିତ୍ର୍ର ସଙ୍ଗୀତକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସୂରୂପ । ସେ ଚଳଚ୍ଚିତ୍ରରେ ମୋଟ୍ ୪୧ ଟି ଓଡିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ ଟି କଥାଚିତ୍ରରେ ଗୀତ ରଚନା କରିଛନ୍ତି । ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ ଗାୟକ ଓ ୬ଟି କଥାଚିତ୍ରରେ ସେ ନିଜେ ଅଭିନୟ କରିଥିଲେ । ସ୍ୱରୂପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୁରା ଓଲିଉଡ୍ ସ୍ତବ୍ଧ ହୋଇପଡିଛି ।

Leave a Reply

Your email address will not be published. Required fields are marked *