Pratidin TV

Odisha's Digital News Platform

ରଣବୀରଙ୍କ ପରେ ଡିପ୍ ଫେକ୍ ରେ ଶିକାର ହେଲେ ପୁଷ୍ପା , ଭିଡିଓ ହେଲା ଭାଇରଲ ..

1 min read

ଏବେ ଡିପ୍ ଫେକ ର ସମସ୍ୟା ଭାରତରେ ଗମ୍ଭୀର ହେବାରେ ଲାଗିଛି । ବଲିଉଡ ଷ୍ଟାର ଙ୍କ ଠାରୁ କ୍ରିକେଟର ଏବଂ ରାଜନେତା ମଧ୍ୟ ଡିପ୍ ଫେକର ଶିକାର ହୋଇଛନ୍ତି । ଏବଂ ଏହି ସମସ୍ୟାର ର ଆଜିବି କୌଣସି ସମାଧାନ ହୋଇପାରିନାହିଁ । ଏପରିକି ବଲିଉଡର ପରଫେକ୍ସନିଷ୍ଟ ଆମୀର ଖାନ ଏବଂ ରଣବୀର ସିଂ ଏଥିରୁ ବର୍ତ୍ତିପାରିନାହାନ୍ତି । ଯାହା ପରେ ଦୁହେଁ ଏହି ମାମଲାରେ ଏଫଆର ମଧ୍ୟ ଦାଖଲ କରିଥିଲେ । ତେବେ ବର୍ତ୍ତମାନ ଖବର ଆସୁଛି ଯେ ପୁଷ୍ପା ତାରକା ଅଲୁ ଅର୍ଜୁନ ମଧ୍ୟ ଡିପ୍ ଫେକରେ ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଅଲୁ ଅର୍ଜୁନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଡିପ୍ ଫେକ ବୋଲି କୁହାଯାଉଛି ।

ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି ଏବଂ ନେତାଙ୍କ ସମାବେଶରେ ସେଲିବ୍ରିଟିଙ୍କ ପ୍ରଚାର କରୁଥିବା ଭିଡିଓ ସାମ୍ନାକୁ ଆସୁଛି । ଏଥି ସହିତ ସୋସିଆଲ ମିଡିଆ ରେ ଡିପ୍ ଫେକ ଭିଡିଓ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସେଲିବ୍ରିଟିଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ପ୍ରଚାର କରୁଛନ୍ତି ବୋଲି ଦାବି କରାଯାଉଛି । ନିର୍ବାଚନ ସମୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି କୌଶଳ ବ୍ୟବହାର କରାଯାଉଛି । ବର୍ତ୍ତମାନ ଅଭିନେତା ଅଲୁ ଅର୍ଜୁନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ବୋଲି କୁହାଯାଉଛି । ତେବେ ପରେ ଏହା ଜଣାପଡିଥିଲା ଯେ ଏହି ଭିଡିଓ ଇଓ ସାହାଯ୍ୟରେ ତିଆରି ହୋଇଛି ଏବଂ ଏହା ନକଲି ଅଟେ ।

ଏହି ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଆଲୁ ଅର୍ଜୁନ ଏକ ଖୋଲା କାରରେ ଠିଆ ହୋଇଛନ୍ତି । ସେ ଏକ ଧଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି ଏବଂ ତାଙ୍କ ବେକରେ କଂଗ୍ରେସ ପ୍ରଚାରର ପ୍ରତୀକ ଅଛି । ତାଙ୍କ ପାଖରେ ତାଙ୍କ ପତ୍ନୀ ସ୍ନେହା ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଅଲୁ ଅର୍ଜୁନଙ୍କ ଚାରିପାଖରେ ଅନେକ ଲୋକଙ୍କୁ ଦେଖାଯାଇଛି । ଏହା ବ୍ୟତୀତ ସେହି ରୋଡ୍ ସୋ’ରେ ଭିଡ଼ ମଧ୍ୟ ଦୃଶ୍ୟମାନ ହେଉଛି । ଭିଡିଓର କ୍ୟାପସନରେ ଲେଖା ଅଛି, ‘ଆଲୁ ଅର୍ଜୁନ କଂଗ୍ରେସ ପାଇଁ ପ୍ରଚାର କରିବାକୁ ପଡ଼ିଆରେ ଅଛନ୍ତି ।’

ହେଲେ ବାସ୍ତବରେ ଅଲୁ ଅର୍ଜୁନ କଂଗ୍ରେସ ପାଇଁ ପ୍ରଚାର କରୁନାହାଁନ୍ତି, ବରଂ ଏହି ଭିଡିଓ ନ୍ୟୁୟର୍କରୁ ଆସିଛି । ୨୦୨୨ ମସିହାରେ, ଅଲୁ ଅର୍ଜୁନ ନ୍ୟୁୟର୍କ ଯାଇ ସ୍ୱାଧୀନତାର ୭୫ ପୂର୍ତ୍ତି ଅବସର ରେ ପ୍ୟାରେଡ଼ କରିଥିଲେ । ସେଠାରେ ଅଲୁ ଅର୍ଜୁନଙ୍କୁ ଗ୍ରାଣ୍ଡ ମାର୍ଶଲ ଆଖ୍ୟା ଦିଆଯାଇଥିଲା । ଅଲୁ ଅର୍ଜୁନ ନିଜେ ସେଠାରୁ ଅନେକ ଭିଡିଓ ସେୟାର କରିଥିଲେ । ସେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *