Pratidin TV

Odisha's Digital News Platform

ଅଲୁଙ୍କ ବିବାହ ପ୍ରସ୍ତାବରେ ରାଜି ନଥିଲେ ଶ୍ୱଶୁର, ରାଜି କରିବା ପାଇଁ ଏମିତି କରିଥିଲେ ସେ…

1 min read


ମୁମ୍ବାଇ:ବଲିଓଡ ତଥା ଟଲିଓଉରେ ଅନେକ ସୁପରଷ୍ଟାର ରହିଛନ୍ତି । ଯିଏକି ନିଜର ଚେହେରା ଆଉ ଅଭିନୟ ପାଇଁ ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ସ୍ଥାନ ପାଇଁଛନ୍ତି । ଖାସକରି ଏମିତି କିଛି ସୁପରଷ୍ଟାର ହିରୋ ମାନେ ରହିଛନ୍ତି ଯିଏକି ଅନେକ ଝିଅ ମାନଙ୍କର ଡ୍ରିମ ବଏ ବୋଲି କୁହାଯାଏ । ସେମାନଙ୍କ ମଧ୍ୟରୁ ତେଲୁଗୁ ସୁପଷ୍ଟାର ଅଲୁ ଅର୍ଜୁନଙ୍କ କଥା କହିବା । ଅଲୁ ଅର୍ଜୂନ ନିଜର ଚେହେରା ଷ୍ଟାଇଲ ଓ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ହିରୋ ସ୍ନେହା ରେଡି ନାମକ ଜଣେ ସୁନ୍ଦରୀ ଯୁବତୀଙ୍କୁ ବିବାହ କରିଛନ୍ତି । ଆପଣ ମାନେ ଭାବୁଥିବେ ଯେ ସ୍ନେହା ହେଉଛନ୍ତି ବହୁତ ଲକି ଗାର୍ଲ । ଯିଏକି ତାଙ୍କର ଜୀବନ ସାଥୀ ଭାବେ ଅଲୁ ଅର୍ଜୂନଙ୍କୁ ପାଇଲେ । କିନ୍ତୁ ତାହା ନୁହେଁ । ବାସ୍ତବରେ ଅଲୁ ହିଁ ସ୍ନେହାଙ୍କ ପ୍ରେମରେ ପଡିଥିଲେ । ଆଉ ତାଙ୍କୁ ବିବାହ କରିବା ପାଇଁ ଅନେକ ସମସ୍ୟାକୁ ସାମ୍ନା କରିଥିଲେ ।


ତେବେ କୁହାଯାଇଛି ଯେ ଅଲୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆମେରିକା ଯାଇଥିଲେ । ସେଠାରେ ସେ ପ୍ରଥମେ ସ୍ନେହା ରେଡ୍ଡୀଙ୍କୁ ଭେଟିଥିଲେ । ଆଉ ପ୍ରଥମ ଦେଖାରେ ହିଁ ତାଙ୍କ ପ୍ରେମରେ ପଡ଼ିଥିଲେ । ହେଲେ ସ୍ନେହାଙ୍କ ନମ୍ବର ମାଗିବାକୁ ତାଙ୍କର ସାହାସ ନଥିଲା । ଶେଷରେ ସେ ନମ୍ବର ପାଇଲେ, ପରେ ସେମାନଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହେଲା । ପରେ ବନ୍ଧୁତା ହୋଇ ତାହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଏଥିରେ ଅଲୁଙ୍କୁ ତାଙ୍କ ପିତା ସମର୍ଥନ ମଧ୍ୟ କରିଥିଲେ । କିନ୍ତୁ ଏ ସମ୍ପର୍କରେ ଅଲୁଙ୍କ ଶ୍ୱଶୁର ଯେତେବେଳେ ଜାଣିଲେ ସେ ତାଙ୍କୁ ପ୍ରତ୍ୟାଖାନ କରିଥିଲେ । ତଥାପି ଅଲୁ ହାର ମାନିନଥିଲେ । ସେ ନିଜ ଶଶୁରଙ୍କୁ ମନେଇବାକୁ ପାଇଁ ଅନେକ ପ୍ରକାରର ଚେଷ୍ଟା କରି ଶେଷରେ ସଫଳ ହୋଇଥିଲେ । ପରେ ଉଭୟ ପରିବାର ରାଜି ହେବା ଫଳରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଏହାକୁ ନେଇ ଅଲୁ କୁହନ୍ତି ଯେ ବିଦ୍ରୋହ କରିବା ସହଜ । କିନ୍ତୁ ଏହି ପ୍ରକାର ମନୋଭାବ ଅନେକ ସମୟରେ ବଡ ସମସ୍ୟା ସୃଷ୍ଟି କରିଥାଏ । ଅଧିକାଂଶ କ୍ଷେତ୍ରରେ, ପରିବାରର ଆଶୀର୍ବାଦ ଏବଂ ସ୍ନେହ ବିନା ଏହିପରି ସମ୍ପର୍କ ଏକ ଆଜୀବନ ରହିଥାଏ । କେତେକ କ୍ଷେତ୍ରରେ, ଏହା ଘୃଣା ସହିତ ଜଡିତ ଥିବା ପରି ମନେହୁଏ, ଯାହା କାହାକୁ ଶାନ୍ତିରେ ବଞ୍ଚିବାକୁ ଦେଇନଥାଏ ।

Advertisement

Leave a Reply

Your email address will not be published. Required fields are marked *