Pratidin TV

Odisha's Digital News Platform

ନୂଆ ସରକାର କ୍ଷମତାକୁ ଆସିବାର ପ୍ରାୟ ଅଢେ଼ଇ ମାସ ପରେ ରାଜ୍ୟରେ ହୋଇଛି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ

1 min read

୧୮ ଜଣ IAS ଅଫିସରଙ୍କ ହୋଇଛି ଅଦଳବଦଳ | ବଡ ଧରଣର IAS ସ୍ଥର ହୋଇଛି ଅଦଳବଦଳ | ମିଳିଛି ନୂଆ ଦାୟିତ୍ୱ, ଏବଂ କିଛି ଅଫିସରଙ୍କୁ ମିଳିଛି ଗୁରୁତ୍ୱ ପଦବୀରେ ରଖାଯାଇଛି | ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର କ୍ଷମତାକୁ ଆସିବାର ପ୍ରାୟ ଅଢେ଼ଇ ମାସ ପରେ ରାଜ୍ୟରେ ହୋଇଛି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ଆଇଏଏସ ଅଧିକାରୀଙ୍କୁ କେଉଁ ବିଭାଗ ମିଳିଛି |

(୧) ସତ୍ୟବ୍ରତ ସାହୁ: ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୨) ଦେଓ ରଞ୍ଜନ କୁମାର ସିଂହ: ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ
(୩) ସୁରେନ୍ଦ୍ର କୁମାର: ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
(୪) ହେମନ୍ତ ଶର୍ମା: ଶକ୍ତି ବିଭାଗର ପ୍ରମୁଖ ସଚିବ
(୫) ବିଷ୍ଣୁପଦ ସେଠୀ: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ
(୬) ଉଷା ପାଢ଼ୀ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ
(୭) ବିଶାଲ ଗଗନ: ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର
(୮) ଏନ୍ ବିଏସ୍ ରାଜପୁତ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ
(୯) ଶାଳିନୀ ପଣ୍ଡିତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ
(୧୦) ଆଶ୍ୱଥି ଏସ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ
(୧୧) ରୂପା ରୋଶନ ସାହୁ: ବ୍ରହ୍ମପୁର ଦକ୍ଷିଣ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୨) ସଚିନ ରାମଚନ୍ଦ୍ର ଯାଦବ: ସମ୍ବଲପୁର ଉତ୍ତର ଡିଭିଜନର ରାଜସ୍ବ ବିଭାଗୀୟ କମିଶନର
(୧୩) ବଲୱନ୍ତ ସିଂହ: ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ
(୧୪) ଯାମିନୀ ଷଡ଼ଙ୍ଗୀ:ବାଣିଜ୍ୟକର ଓ ଜିଏସଟି କମିଶନର
(୧୫) ବି ପରମେଶ୍ୱରନ: କଟକ କେନ୍ଦ୍ରୀୟ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର
(୧୬) ଡ. ନୂନସବଥ ଥିରୁମାଳା ନାୟକ: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ
(୧୭) ସମର୍ଥ ବର୍ମା: ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
(୧୮) ଅନନ୍ୟା ଦାସ: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ

Leave a Reply

Your email address will not be published. Required fields are marked *