Pratidin TV

Odisha's Digital News Platform

ସ୍ୱାସ୍ଥ୍ୟ ପାଇଁ ରାମବାଣ ପରି କାମ କରେ ଲାଉ

1 min read

ଲାଉ ସ୍ୱାସ୍ଥ୍ୟ ପ୍ରତି ବେଶ୍ ହିତକର। ନିମୟିତ ଲାଉ ଖାଉଥିବା ବ୍ୟକ୍ତି ପେଟ ରୋଗର ଶିକାର ହୋଇ ନ ଥାନ୍ତି। ଲାଉ ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ଲାଉରେ ୯୬ ପ୍ରତିଶତ ଜଳୀୟ ଅଂଶ ରହିଛି। ଏଥିରେ କମ୍ କ୍ୟାଲୋରୀ ଥିବାରୁ ପାଚନ ସହଜ ହୋଇଥାଏ।

ଲାଉରେ ଫାଇବର ରହିଥିବାରୁ ପେଟ ସମ୍ୱନ୍ଧୀୟ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଅଲର୍ସର୍, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ରୋଗୀଙ୍କ ପାଇଁ ଏହା ଲାଭକାରୀ। ପରିସ୍ରା ଜଳାପୋଡ଼ା ହେଉଥିଲେ ଲାଉ ସୁପ୍‌ ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ। ଲିଭର୍‌ ସଂକ୍ରମିତ ହୋଇଥିଲେ କିମ୍ୱା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିଲେ ଲାଉ ଖାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।

Advertisement

ଲାଉ ମଞ୍ଜିର ତେଲ ଖାଇବା ଦ୍ୱାରା କୋଲେଷ୍ଟରଲ୍‌ ମାତ୍ରା କମିଥାଏ। ଏହାସହିତ ଏହା ହୃଦ୍‌ଯନ୍ତ୍ର ପାଇଁ ଲାଭଦାୟକ ଅଟେ । ରକ୍ତ ନଳୀକୁ ମଧ୍ୟ ଲାଉ ସୁସ୍ଥ ରଖିଥାଏ। ଉଚ୍ଚ ରକ୍ତଚାପ, କୋଷ୍ଠକାଠିନ୍ୟ, ହୃଦ୍‌ରୋଗ ସମସ୍ୟା, ମଧୁମେହରୁ ଲାଉ ଆମକୁ ରକ୍ଷା କରିଥାଏ।

ଲାଉକୁ ଭିନ୍ନ ଭିନ୍ନ ପ୍ରଣାଳୀରେ ରୋଷେଇ କରି ଖାଇପାରିବେ | ଏହାକୁ ତରକାରୀ କରି କିମ୍ବା ସିଝାଇକି ଖାଇପାରିବେ | ଏହା ଛୋଟରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ | ଏହାକୁ ଅଳ୍ପ ମସଲା ଦେଇ ସିଝାଇ ଖାଇପାରିବେ | ସିଝାଇ ସରିଲା ପରେ ଏଥିରେ ଲଙ୍କା ଫୁଟଣ ଦେଇ ଛୁଙ୍କ ଦେଲେ ଏହାର ସ୍ୱାଦ ବଢ଼ିଯାଇଥାଏ |

Leave a Reply

Your email address will not be published. Required fields are marked *