Pratidin TV

Odisha's Digital News Platform

ଲେନିନ୍‌ ଙ୍କ ଟାର୍ଗେଟ ପରେ ,ଅମର ଦେଲେ ବିସ୍ଫୋରକ ବୟାନ , କହିଲେ ମୁଁ ଆଉ ବିଜେଡ଼ିରେ ନାହିଁ ..

1 min read

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦୁର୍ବଳ ହେବାରେ ଲାଗିଛି ଏକଦା 24 ବର୍ଷ ଧରି କ୍ଷମତା ଦଖଲ କରିଥିବା ଶକ୍ତିଶାଳୀ ବିଜୁ ଜନତା ଦଳ । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ  ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ସବୁଠୁ ଚମକାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ। ଲେନିନ ତାଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଛନ୍ତି।

ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି। ଏବେ କିନ୍ତୁ କିଛିଦିନ ହେଲା ସକ୍ରିୟ ରାଜନୀତିରୁ ନିବୃତ ରହିଛି। ବର୍ତ୍ତମାନ ଆଉ ବିଜେଡିରେ ନାହିଁ। ଏବେ ସ୍ବାଧୀନ ବୋଲି କହିଛନ୍ତି ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନି। ଏବେ ଆଉ ବିଜେଡିର ସଦସ୍ୟ ନାହିଁ।

Advertisement

। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ ଯେ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ। ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି। ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି। ବିଜେଡି ତାଙ୍କୁ ପରିଚୟ ଦେଇଛି,ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି। ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଅମର ଶତପଥୀ।

Leave a Reply

Your email address will not be published. Required fields are marked *