ଅମରନାଥ ଶ୍ରଦ୍ଧାଳୁଙ୍କ ଯାତ୍ରା ଆରମ୍ଭ: ଜମ୍ମୁରୁ ବାହାରିଲେ ବାହାରିଲେ ପ୍ରଥମ ବ୍ୟାଚ
1 min readଜାମ୍ମୁ କାଶ୍ମୀର: କୋଭିଡ ମହାମାରୀ ହେତୁ ଦୁଇ ବର୍ଷର ବ୍ୟବଧାନ ପରେ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ବ୍ୟାଚ୍ରେ ପରେ ୪,୮୯୦ ତୀର୍ଥଯାତ୍ରୀ ଯାତ୍ରାଆରମ୍ଭ କରିଛନ୍ତି । ପ୍ରଥମ ବ୍ୟାଚ୍ ତ୍ରୀର୍ଥଯାତ୍ରୀଙ୍କୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସ୍ନିହା ପତାକା ଦେଖାଇ ଶୁଭେଛା ଜଣାଇଛନ୍ତି । ‘ବମବମ୍ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲ୍ତାଲ୍ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତିା ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ପାଇଁ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷରର ଅଧିକ ତୀର୍ଥଯାତ୍ରୀ ପଞୀକୃତ ହୋଇଛନ୍ତି । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା ସୁରକ୍ଷା ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଏକ ଫ୍ରିକ୍ସେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି ।