Pratidin TV

Odisha's Digital News Platform

କାହିଁକି ଅମାବାସ୍ୟାରେ ଜନ୍ମିତ ସନ୍ତାନଙ୍କୁ କୁହାଯାଏ ଅଶୁଭ?

1 min read

ହିନ୍ଦୁ ଧର୍ମରେ ସବୁ ଦିନ ବହୁତ ମହତ୍ବପୂର୍ଣ୍ଣ ଅଟେ । କିନ୍ତୁ ଅମାବାସ୍ୟାର ଦିନ ଏକ ଏମିତି ଦିନ ଯାହାକୁ ହିନ୍ଦୁ ଧର୍ମରେ ଅଭିଶାପ ରୂପେ ମାନନ୍ତି । ମାନ୍ୟତା ଅଚଚି ଯେ ଅମାବାସ୍ୟାରେ ଜନ୍ମ ନେଇଥିବା ବ୍ୟକ୍ତିକୁ ଜୀବନରେ କେବେ କୌଣସି ଖୁସି ମିଳେ ନାହିଁ । ଏବଂ ଘରେ ସଙ୍କଟ ଓ ଦୁଖର ପରିବେଶ ସର୍ବଦା ଲାଗିରୁହେ । ଅମାବାସ୍ୟା ସବୁ ମାସର କୃଷ୍ଣ ପକ୍ଷରେ ପଡିଥାଏ । ଏମିତି ମଧ୍ୟ କୁହାଯାଏ କି ଅମାବାସ୍ୟା ଦିନ ପ୍ରେତାତ୍ମା ମାନେ ଅଧିକ ସକ୍ରିୟ ହୋଇଥାନ୍ତି ।

ତେବେ ଲୋକ ଅମାବାସ୍ୟାରେ ଜନ୍ମ ନେଇଥିବା ପିଲାଙ୍କୁ ଅଶୁଭ ବୋଲି କୁହନ୍ତି । କାରଣ ଏହି ଅମାବାସ୍ୟାରେ ଦେବତା ମାନଙ୍କ ଶକ୍ତି କମିଯାଏ ଏବଂ ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି କୁହାଯାଇଥାଏ ।

Advertisement

ହେଲେ ଏହି କଥାରେ କେତେ ଯେ ସତ୍ୟତା ରହିଛି ତାହା କ’ଣ ଆପଣ ମାନେ ଜାଣନ୍ତି ? କାରଣ ଆମ ଓଡ଼ିଆ ପାଞ୍ଜି ହିସାବରେ ସବୁଦିନର କିଛି ଶୁଭ ବେଳା ଏବଂ କିଛି ଅଶୁଭ ବେଳା ରହିଥାଏ ତାହା ପୂର୍ଣ୍ଣିମା ହେଉ କିମ୍ବା ଅମାବାସ୍ୟାରେ ହେଉ । ତେବେ ଅମାବାସ୍ୟାକୁ ସମ୍ପୂର୍ଣ୍ଣ ଖରାପ ଦିନ କହିବା ଭୁଲ ଅଟେ ।

ତେବେ ଏହା ଛଡା କିଛି ଲୋକ କୁହନ୍ତି କି ଅମାବାସ୍ୟାରେ ଜନ୍ମ ନେଇଥିବା ଝିଅ ଉଆଁସୀ କନ୍ୟା ହୋଇଥାଏ ଏବଂ ସେ ବହୁତ ଶୀଘ୍ର ବିଧବା ହୋଇ ଯାଏ । ତେବେ ଏହା ଉପରେ ଏକ ସତ୍ୟ ଘଟଣା କହିବାକୁ ଚାହୁଁଛୁ । ଯେ ଜଣେ ମହିଳା ଅକ୍ଷୟ ତୃତୀୟା ଭଳି ବହୁତ ଶୁଭ ଦିନରେ ଜନ୍ମ ହୋଇଥିଲେ । ହେଲେ ସେ ମଧ୍ୟ ଶୀଘ୍ର ବିଧବା ହୋଇ ଯାଇଥିଲେ । ସେ ତ ଅମାବାସ୍ୟାରେ ଜନ୍ମ ହୋଇ ନଥିଲେ ତଥାପି ଏହା କିପରି ସମ୍ଭବ ହୋଇ ପାରିଲା ?

ତେବେ ଆମର ଦେବ ଦୀପାବଳି ମଧ୍ୟ ଅମାବାସ୍ୟାରେ ପଡେ ଏହା ଛଡା ବକୁଳ ଲାଗି ଅମାବାସ୍ୟା, ତ୍ରିବେଣି ଅମାବାସ୍ୟା ଯେଉଁ ଦିନ ମାଆ ବିରଜା ଜନ୍ମ ହୋଇଛନ୍ତି । ମଧୁ ଅମାବାସ୍ୟା ଯେଉଁ ଦିନ ବାସନ୍ତି ଦୁର୍ଗା ପୂଜା ଆରମ୍ଭ ହୋଇଥାଏ । ରୁକ୍ମିଣୀ ଅମାବାସ୍ୟା ଯେଉଁ ଦିନ ଶନିଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଏ । ସାବିତ୍ରୀ ଅମାବାସ୍ୟା, ଉଭା ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ମହାଳୟା ଅମାବାସ୍ୟା, ଦୀପାବଳି ଅମାବାସ୍ୟା ଆଦି ।

ଏହି ସବୁ ଅମାବାସ୍ୟାରେ ସବୁ ଭଲ କାର୍ଯ୍ୟ ହିଁ କରାଯାଏ ଏବଂ ପୂଜା ଉତ୍ସବ ମଧ୍ୟ କରାଯାଏ ତେଣୁ ଅମାବାସ୍ୟାକୁ ଅଶୁଭ ଏବଂ ସେଦିନ ଜନ୍ମିତ ପିଲା ମାନଙ୍କୁ ମଧ୍ୟ ଅଶୁଭ କହିବାର ପ୍ରଥାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଅଛି ଏବଂ ଏଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *