Pratidin TV

Odisha's Digital News Platform

ଆମାଜନ୍ ୱେବ୍ ସର୍ଭିସେସ୍ ପକ୍ଷରୁ ଏସ୍‌ଏମ୍‌ବି ବିଦ୍ୟାଳୟର ଶୁଭାରମ୍ଭ

1 min read

ଭୁବନେଶ୍ୱର: ଆମାଜନ୍ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍‌) ପକ୍ଷରୁ କ୍ଷୁଦ୍ର ଓ ମଧ୍ୟ-ଆକାରର ବ୍ୟବସାୟଗୁଡିକୁ (ଏସ୍‌ଏମ୍‌ବି) ଏଡବ୍ଲ୍ୟୁଏସ୍ କ୍ଲାଉଡ୍‌ର ବ୍ୟବହାର କରି ନିଜ ସଂଗଠନ ଓ ଉତ୍ପାଦଗୁଡିକୁ ଡିଜିଟାଲ କରିବାରେ ସାହାଯ୍ୟ କରିବା ପାଇଁ ଏକ ବିସ୍ତୃତ ଟେକ୍ନୋଲୋଜି ଦକ୍ଷତା କାର୍ଯ୍ୟକ୍ରମ ଏସ୍‌ଏମ୍‌ବି ବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ଏସ୍‌ଏମ୍‌ବି ବିଦ୍ୟାଳୟରେ ଏସ୍‌ଏମ୍‌ବି ପାଇଁ ନିର୍ଦ୍ଧିଷ୍ଟ ୫୦ରୁ ଅଧିକ ଟେକ୍ନୋଲୋଜି ଏଜୁକେଶନ ମଡ୍ୟୁଲ୍ ଏବଂ ଦେଶବ୍ୟାପୀ ବ୍ୟବସାୟିକ ଅଭିବୃଦ୍ଧିକୁ ପରିଚାଳନା କରିବା ପାଇଁ ସେମାନଙ୍କ ପାଖରେ ଥିବା ସୁଯୋଗଗୁଡିକ ଅନ୍ତର୍ଭୁକ୍ତ ରହିଛି । ଏଡବ୍ଲ୍ୟୁଏସ୍ ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ଏହା ନିଜର ଆମାଜନ୍ ଡିଜିଟାଲ ସୁଟ୍‌କୁ ବିସ୍ତାର କରିଛି, ସ୍ଥାନୀୟ ୩ୟ ପକ୍ଷ ଟେକ୍ନୋଲୋଜି ପ୍ରଦାତାଙ୍କ ସହିତ ବିକଶିତ ସଫ୍ଟୱେୟାର ସଲ୍ୟୁଶନଗୁଡିକର ଏକ କ୍ୟୁରେଟେଡ୍ ସେଟ୍‌, ଯାହା ଭାରତର ଏସ୍‌ଏମ୍‌ବିଗୁଡିକୁ ଅଧିକ ସହଜରେ ଓ ଶୀଘ୍ର ନିଜର ପରିଚାଳନାକୁ ଡିଜିଟାଲ କରିବା ଓ ସେମାନଙ୍କ ବ୍ୟବସାୟକୁ ଇଂଟର୍‌ନେଟ୍‌କୁ ଆଣିବାକୁ ସକ୍ଷମ କରୁଛି । ଏଡବ୍ଲ୍ୟୁଏସ୍ ଆମାଜନ୍‌ର ବାର୍ଷିକ ସମ୍ମିଳନୀ ତଥା ଆମାଜନର ବାର୍ଷିକ ଆମାଜନ୍ ସମ୍ଭବ ଇଭେଂଟ୍‌ରେ ଏହି ଘୋଷଣାଗୁଡିକ କରାଯାଇଥିଲା ।
ଏସ୍‌ଏମ୍‌ବି ବିଦ୍ୟାଳୟ ଏକ ହାଇବ୍ରିଡ୍ ଟ୍ରେନିଙ୍ଗ୍ ମଡେଲ ମାଧ୍ୟମରେ ଏସ୍‌ଏମ୍‌ବିଗୁଡିକ ପାଇଁ ଉପଲବ୍ଧ ହେଉଛି, ଯାହା ଅନ୍‌ଲାଇନ୍ ଓ ଇନ୍‌-ପର୍ସନ ଚ୍ୟାନେଲଗୁଡିକୁ ଏକତ୍ରିତ କରୁଛି । ଏଡବ୍ଲ୍ୟୁଏସ୍ ୱାର୍ଲ୍ଡ ଆସୋସିଏଶନ ଫର୍ ସ୍ମଲ୍ ଆଣ୍ଡ ମିଡିୟମ ଏଂଟର୍‌ପ୍ରାଇଜେସ୍ (ଡବ୍ଲ୍ୟୁଏଏସ୍‌ଏମ୍‌ଇ) ଭଳି ଏସ୍‌ଏମ୍‌ବି-କୈନ୍ଦ୍ରିକ ଆସୋସିଏଶନଗୁଡିକ ସହ କାର୍ଯ୍ୟ କରୁଛି, ଯେଉଁମାନେ ଡାଉନ୍‌ଲୋଡ୍ ହୋଇପାରୁଥିବା ପ୍ରଡକ୍ଟ ବ୍ରଚର୍‌, ଏଜୁକେଶ୍‌ନାଲ କୋର୍ସ ଭିଡିଓ ଓ ୱେବିନାର୍ ମାଧ୍ୟମରେ ଭାରତରେ ଏସ୍‌ଏମ୍‌ବିଗୁଡିକ ସହ ଏହି କାର୍ଯ୍ୟକ୍ରମ ପାଇଁ ସଚେତନତାକୁ ପରିଚାଳନା କରିବାରେ ସାହାଯ୍ୟ କରିବେ । ଏଡବ୍ଲ୍ୟୁଏସ୍ ସ୍ଥାନୀୟ ପ୍ରଫେସ୍‌ନାଲମାନଙ୍କୁ ଏଡବ୍ଲ୍ୟୁଏସ୍ ପ୍ରଡକ୍ଟ ଟ୍ରେନିଙ୍ଗ୍ ଓ କୋର୍ସୱେୟାର୍ ସହ ସୁସଜ୍ଜିତ କରିବାକୁ ଯୋଜନା ରଖିଛି ।
ଏସମ୍ପର୍କରେ ଏଆଇଏସ୍‌ପିଏଲ୍‌, ଏଡବ୍ଲ୍ୟୁଏସ୍ ଇଣ୍ଡିଆ ଓ ସାଉଥ୍ ଏସିଆ, କମର୍ସିଆଲ ବିଜ୍‌ନେସ୍‌ର ପ୍ରେସିଡେଂଟ୍ ପୁନିତ ଚନ୍ଦୋକ୍ କହିଛନ୍ତି, କ୍ଲାଉଡ୍ ଏଜୁକେଶନ ହେଉଛି ଭାରତର ବୃହତ୍ ଓ ବିବିଧ ଏସ୍‌ଏମ୍‌ବି ବଜାରର ସଫଳତା ପାଇଁ ଚାବିକାଠି ଏବଂ ଏସ୍‌ଏମ୍‌ବି ବିଦ୍ୟାଳୟ ଏସ୍‌ଏମ୍‌ବିଗୁଡିକୁ ଡିଜିଟାଲ ରୂପାନ୍ତରୀକରଣର ବ୍ୟବସାୟିକ ଲାଭକୁ ବୁଝିବାରେ ସାହାଯ୍ୟ କରିବ ଏବଂ ଏଡବ୍ଲ୍ୟୁଏସ୍ ଓ ଆମର ସହଯୋଗୀଙ୍କ ସହିତ ମିଶି ଶୀଘ୍ର କାର୍ଯ୍ୟକାରିତାକୁ ସକ୍ଷମ କରିବ । ଏସ୍‌ଏମ୍‌ବି ବିଦ୍ୟାଳୟ ହେଉଛି ଏକ ବ୍ୟାପକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଯାହା ବିଭିନ୍ନ ଏସ୍‌ଏମ୍‌ବି ଡିଜିଟାଲ ଆବଶ୍ୟକତାଗୁଡିକୁ ସମାଧାନ କରୁଛି ଏବଂ ଦେଶବ୍ୟାପୀ ଏକ ବିସ୍ତୃତ ଏସ୍‌ଏମ୍‌ବି ଆଧାରରେ କ୍ଲାଉଡ୍ ଦକ୍ଷତାର ବିସ୍ତାର ଓ ଟେକ୍ନୋଲୋଜି ଗ୍ରହଣୀୟତାରେ ସାହାର୍ଯ୍ୟ କରୁଛି ।”
ଡବ୍ଲ୍ୟୁଏଏସ୍‌ଏମ୍‌ଇରେ କାର୍ଯ୍ୟକାରୀ ସଚିବ ସଞ୍ଜୀବ ଲାୟେକ କହିଛନ୍ତି, “ଏସ୍‌ଏମ୍‌ବି ବିଦ୍ୟାଳୟ ଭାରତୀୟ ଏସ୍‌ଏମ୍‌ବିଗୁଡିକୁ ଦ୍ରୁତ ବେଗରେ ଡିଜିଟାଇଜ୍ ହେବା ପାଇଁ ସେମାନେ ଆବଶ୍ୟକ କରୁଥିବା କୌଶଳକୁ ଗ୍ରହଣ କରିବା ଏବଂ ଏଡବ୍ଲ୍ୟୁଏସ୍ ଓ କ୍ଲାଉଡ୍ କମ୍ପ୍ୟୁଟିଂର ଟ୍ରାନ୍ସଫର୍‌ମେଟିଭ୍ ପାୱାରକୁ ବ୍ୟବହାର କରି ନିଜ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି ।”

Leave a Reply

Your email address will not be published. Required fields are marked *