Pratidin TV

Odisha's Digital News Platform

ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହି ବସ , ୨୫ ଆହତ ୪ ଗୁରୁତର ….

1 min read

ଭଦ୍ରକ ; ଭୟଙ୍କର ଦୁର୍ଘଟଣା । ହାଇସ୍ପିଡରେ ଆସି ଆମ୍ବୁଲାନ୍ସ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ଏହି ମର୍ମନ୍ତୁତ ଷଡ଼କ ଦୁର୍ଘଟଣା ରେ ୨୫ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ସୂଚନାମୁତାବକ ଭଦ୍ରକ ରୁ ଆଗରପଡା ଯାଉଥିବା କ୍ରିଷ୍ଣା ବସ ଅରଞ୍ଜି ଛକ ନିକଟରେ ଏକ ୧୦୨ ଆମ୍ବୁଲାନ୍ସ କୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ବସ ଟି ନୟନଜୋରିକୁ ଓଲଟି ପଡିଥିଲା । ଫଳରେ ୧୦୨ ଆମ୍ବୁଲାନ୍ସ ମଧ୍ୟ ନୟନଜୋରିକୁ ଖସିପଡ଼ିଥିଲା । ଆହତ ଯାତ୍ରୀଙ୍କ ମଧ୍ୟରୁ କଲେଜ ଛାତ୍ରୀ ମାନେ ଅଧିକ ଥିବା ଜଣାପଡିଛି । ଏହା ସହ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଅଧିକ ଗୁରୁତର ଥିବା ଜଣାପଡିଛି ।ତେବେ ବର୍ତ୍ତମାନ ଆହତମାନଙ୍କୁ ଭଦ୍ରକ ଓ ବରପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *