ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ରାସ୍ତା ମଝିରେ ପୁରା ଜଳିଗଲା, ରୋଗୀକୁ ନେଇ ବସ୍ତାରୁ ବାଲେଶ୍ୱର ଯାଉଥିଲା
1 min readଟ୍ରକକୁ ପିଟି ଜଳିଗଲା ଆମ୍ବୁଲାନ୍ସ | ହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ମିରିଗିମୁଣ୍ଡି ଛକରେ।
ସୂଚନା ଅନୁଯାୟୀ, ବସ୍ତା- ୬୦ ନଂ ଜାତୀୟ ରାଜପଥ ରୂପସା ନିକଟରେ କଣ୍ଟେନରବି ପଛ ପଟୁ ଧକ୍କା ଦେଇ ଜଳିଗଲା ୧୦୮ ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର, ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି | ବସ୍ତା ଡ଼ାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ବର ଯାଉଥିଲା ଆମ୍ବୁଲାନ୍ସ, ଆମ୍ବୁଲାନ୍ସର ଫାର୍ମାସିଷ୍ଟ କଟକ ସ୍ଥାନାନ୍ତର | ଆମ୍ବୁଲାନ୍ସଟି ପୂରା ଜଳି ଯାଇଛି। ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ରୁପସା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।