Pratidin TV

Odisha's Digital News Platform

ବିଳମ୍ବ କଲା ଆମ୍ବୁଲାନ୍ସ, ରାସ୍ତାରେ ଜନ୍ମ ହେଲେ ଜାଆଁଳା ଶିଶୁ…

1 min read

ବଲାଙ୍ଗୀରି: ରାଜ ରାସ୍ତାରେ ପ୍ରସବ କଲେ ଜନନୀ । ଆଉ ସାମ୍ନାକୁ ଆସିଲା ଟିଟିଲାଗଡ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର । ସର୍ବ ସମ୍ମୁଖ ରାସ୍ତାରେ ଜଣେ ଅସହାୟ ଜନନୀ ଦୁଇଟି ଯମଜ ସନ୍ତାନଙ୍କୁ ଜନ୍ମ ବଦେଇଛନ୍ତି । ଏକ ବେଡ଼ସିଟ ରେ ରାସ୍ତାର ଗୋଟିଏ ପଟକୁ ଢାଙ୍କିଥିଲେ ଜଣେ ମହିଳା । ଆଉ ଏହି ବେଡ଼ସିଟ ର ଅନ୍ୟପଟେ ସ୍ତାନ ପ୍ରସବ କଲେ ଜନନୀ । ସତେ ଯେମିତି ଉପହାସ କରୁଛି ଟିଟିଲାଗଡ଼ ର ସ୍ୱାସ୍ଥ୍ୟ ସେବା କୁ । ଅସହାୟ ଅବସ୍ଥାରେ ଗାଁ ମୁଖ୍ୟ ରାସ୍ତାରେ ହିଁ ଜଣେ ମା ଯାଆଁଳା ଶିଶୁ କୁ ହିଁ ଜନ୍ମ ଦେଲେ । ହଁ ଆଜ୍ଞା ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗାଁ କୁମୁଡାରେ । ଘଟଣା ସ୍ଥଳକୁ ଆସିଲାନି ଆମ୍ବୁଲାନ୍ସ । ଟିଟିଲାଗଡ଼ ପୋଲିସ ସେଠାରେ ପହଂଚି ନବଜାତ ଶିଶୁ ଏବଂ ମାକୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରିଛନ୍ତି । ତେବେ ସ୍ୱାସ୍ଥ୍ୟ ସେବାକୁ ସରକାରଙ୍କ ମାଳ ମାଳ ଯୋଜନା ରହିଥିବା ବେଳେ ଜନ୍ମଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତଥାପି ବେହାଲ ସ୍ୱାସ୍ଥ୍ୟସେବା ।


ସୂଚନା ମୁତାବିକ ଆଜି ଟିଟିଲାଗଡ଼ ସହର ରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା କୁମୁଡା ଗାଁ ର ଦିନ ଜଣେ ମଜୁରିଆ ଫେରିବାଲା ଅମିତ ଶବରଙ୍କ ଗର୍ଭବତୀ ସ୍ତ୍ରୀ ୨୦ ବର୍ଷିଆ ବିନ୍ଦିଆ ଶବରଙ୍କ ପେଟରେ ଯନ୍ତ୍ରଣା ହେବା ଯୋଗୁଁ ତାଙ୍କ ସ୍ୱାମୀ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ହେଲେ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିବାରୁ ୩୫ କିଲୋମିଟର ଦୂରରେ ଥିବା ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆମ୍ବୁଲାନ୍ସ ପାଇଁ କୁଆଡେ କୁହାଯାଇଥିଲା । ତେବେ ଗର୍ଭବତୀ ମହିଳା ଙ୍କ ଦରଦ ଅସମ୍ଭାଳ ହେବାରୁ ତାଙ୍କ ସ୍ୱାମୀ ଯଥାଶୀଘ୍ର ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆମ୍ବୁଲାନ୍ସ ଆସିବାକୁ ଘଂଟାଏ ରୁ ଉର୍ଦ୍ଧ ସମୟ ଲାଗିଥିବା ବେଳେ ପ୍ରସବ ବେଦନାରେ ବିନ୍ଦିଆ ଶବର ଛଟପଟ ହେଉଥିବା ଦେଖି ରାସ୍ତା କଡରେ ହିଁ ତାଙ୍କ ସମ୍ପର୍କୀୟ ମାନେ ବେଡ଼ସିଟ ରେ ବାଡ଼ ଦେଇ ପ୍ରସବ କରାଇଥିବା ଦେଖିବାକୁ ମିଳିଥିଲା । ଟିଟିଲାଗଡ଼ ପୋଲିସ ଟିମ ଠିକ ସମୟରେ ଘଟଣା ସ୍ଥଳରେ ପହଂଚି ମା ଓ ଶିଶୁ ଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରିଥିଲା ।

Advertisement


ଜନନୀ ବିନ୍ଦିଆ ଶବର ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନ ପାଇ ରାସ୍ତା କଡରେ ଯାଆଁଲା ଶିଶୁ ପୁତ୍ରକୁ ଜନ୍ମ ଦେବା ଘଟଣା ସ୍ୱାସ୍ଥ୍ୟ ବିଭାଗ କୁ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏଥିସହ ଘଟଣାଟି ଏବେ ଟିଟିଲାଗଡ଼ ସହରରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । କାରଣ ଗର୍ଭବତୀ ମହିଳା ମାନଙ୍କ ପ୍ରଥମ ମାସ ରୁ ନିୟମିତ ପରୀକ୍ଷା ପାଇଁ ଗାଁ ରେ ଅଙ୍ଗନୱାଡି କର୍ମୀ ତଥା ଆଶାମାନେ ରହି କାର୍ଯ୍ୟ କରିଆସୁଥିବା ବେଳେ ଜଣେ ପ୍ରସବ ବେଦନା ନିକଟତର ହୋଇଥିଲେ ବି କେମିତି କେହି ଜାଣିଲେ ନାହିଁ ତାହାକୁ ନେଇ ମଧ୍ୟ ଏବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *