ଆମ୍ବୁଲାନ୍ସରେ ଚୋରାଚାଲାଣ ହେଉଥିଲା ଗଞ୍ଜେଇ ,ଧରିଲା ପୋଲିସ୍ …
1 min readଗଜପତି : ଆମ୍ବୁଲାନ୍ସ ରେ ଚୋରାଚାଲାଣ ହେଉଥିଲା ଗଞ୍ଜେଇ ଧରିଲା ପୋଲିସ୍ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ।ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ପ୍ରକାରେ କେଶରୀଗୁଡା ଗ୍ରାମପଞ୍ଚାୟତ ଢେଖାବନ୍ଧ ଗ୍ରାମର ମିଖାଏଲ୍ ରଇତଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଭଣଜା ଜିକରୀୟ ମଳିକ ଆର୍ ଉଦୟଗିରି ଥାନା ଛେଲାଗଡ଼ ପଞ୍ଚାୟତ ଡେଙ୍ଗାଆମ୍ବ ଗ୍ରାମର ଜଣେ ଡାକ୍ତର ଙ୍କୁ ଯୋଗାଯୋଗ କରି ବ୍ରହ୍ମପୁର ଖ୍ରୀଷ୍ଟୀୟାନ୍ ହସ୍ପିଟାଲ ଆମ୍ବୁଲାନ୍ସ କୁ ଡକାଇ ସେହି ଗାଡ଼ିରେ ବ୍ରହ୍ମପୁର ନେଉଥିଲେ ।
ଉକ୍ତ ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଓ ଟିମ୍ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ ପହଞ୍ଚି ଆମ୍ବୁଲାନ୍ସର ତଲାସୀ କରିଥିଲେ । ଗୋଟିଏ ବ୍ୟାଗ୍ ରୁ ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଲା । ରୋଗୀଙ୍କ ବଡ଼ ଭାଇ ଜହନ ରଇତ ଙ୍କୁ ପଚରାଉଚରା କରିବାରେ ଏହି ଗଞ୍ଜେଇ ତାଙ୍କ ଭଣଜା ଜୀକରୀୟ ରଇତ ଓ ତାଙ୍କ ଜ୍ୱାଇଁ ପାଉଲ ଦଳାଇ ରଖିଥିବା କଥା କହିଥିଲେ । ଫଳରେ ଆମ୍ବୁଲାନ୍ସରେ ଆସୁଥିବା ଉକ୍ତ ଦୁଇ ଜଣଙ୍କୁ ଚନ୍ଦ୍ରଗିରି ଫାଣ୍ଡି କୁ ଆଣି ପଚରାଉଚରା ପରେ ମୋହନା ଥାନାକୁ ପଠାଇଦିଆଯାଇଛି । ଏବଂ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ରୋଗୀ ଙ୍କୁ ବ୍ରହ୍ମପୁର ପଠାଇବାର ବ୍ୟବସ୍ଥା ମଧ୍ୟ କରିଛି ପୋଲିସ୍ ।
ତେବେ ଏନେଇ ଆଗକୁ କଣ ଖୋଳତାଳ କରୁଛି ପୋଲିସ୍ ?ଡେଙ୍ଗାଆମ୍ବ ଡାକ୍ତର ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି କି ? ପୋଲିସ୍ ଏନେଇ ତଦନ୍ତ କରୁଛି ଏବଂ ଆଉ କାହାକୁ ଗିରଫ କରୁଛି ତାହା ଦେଖିବାପାଇଁ ବାକି ରହିଲା ।