Pratidin TV

Odisha's Digital News Platform

ଗୁରୁତର ରୋଗୀଙ୍କୁ ନେଇ ବରଯାତ୍ରୀ ପ୍ରଶେସନରେ ଫସିଲା ଆମ୍ବୁଲାନ୍ସ …

1 min read

ଭୁବନେଶ୍ୱର : ଟଙ୍କପାଣି ବ୍ରିଜ ନିକଟରେ ବାହାଘର ବରଯାତ୍ରୀ ପାଇଁ ରାସ୍ତା ଯାମ । ୧ ଘଣ୍ଟା କାଳ ଗୁରୁତର ରୋଗୀକୁ ନେଇ ଫସିଲା ୧୦୮ ଆମ୍ବୁଲାନ୍ସ । ଶୁକ୍ରବାର ରାତି ପାଖାପାଖି ୧୦ ଟା ସମୟରେ ଜଗନ୍ନାଥ ଆଶ୍ରମ ଠାରୁ ଆରମ୍ଭ କରି ଟଙ୍କପାଣି ନଦୀ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଯାମ ରହିଥିଲା । ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ନଜର ଆସିଥିଲା । ତେବେ ସବୁଠୁ ବଡ କଥା ହେଉଛି ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ଗହଳି ରେ ଫସି ଯାଇଥିଲା ।

ସୂଚନା ଥାଉ କି ଜଗନ୍ନାଥ ଆଶ୍ରମ ଠାରୁ ଆରମ୍ଭ କରି ଟଙ୍କପାଣି ବ୍ରିଜ ପର୍ଯ୍ୟନ୍ତ ରାସ୍ତାରେ ଉଭୟ ପଟେ ବିଭିନ୍ନ ମଣ୍ଡପ ଗଢି ଉଠିଛି । ଆସନ୍ତା କାଲି ବାହାଘର ଶୁଭ ଦିନ ଥିବା ବେଳେ ପ୍ରସେସନ ଏବଂ ବରଯାତ୍ରୀ ଙ୍କ ଦ୍ଵାରା ରାସ୍ତା ସମ୍ପୂର୍ଣ୍ଣ ଯାମ ହୋଇଥିଲା । ବଡ କଥା ହେଉଛି ଏଭଳି ରାସ୍ତା ଯାମ ବାରମ୍ବାର ହେଉଥିବା ବେଳେ ଆମ୍ବୁଲାନ୍ସ କୁ ରାସ୍ତା ନ ଛାଡିବା ନିନ୍ଦନୀୟ କଥା । ନିଜର ଖୁସି ପାଇଁ ଅନ୍ୟ ର ଜୀବନ ରାସ୍ତାରେ ବାଜି ଲାଗୁଛି ।

Advertisement

ଏଥି ପ୍ରତି ପ୍ରଶାସନ ଦୁଷ୍ଟି ଦେବା ସହ ଆଗାମୀ ଦିନରେ କିଭଳି ଏଭଳି ଘଟଣା ନ ଘଟିବ ପ୍ରଶାସନ ସଜାଗ ରହି ମଣ୍ଡପ ମଲିକ ମାନଙ୍କୁ ତାଗିଦ କରିବା ଉଚିତ ରହିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *