ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ପଡିଲା ମହଙ୍ଗା; ଗଣିଲେ ଅଢ଼େଇ ଲକ୍ଷର ଫାଇନ
1 min readରାସ୍ତା ଉପରେ ଆମ୍ବୁଲାନ୍ସ କୁ ନଛାଡିବା ଡ୍ରାଇଭର ବାବୁଙ୍କୁ ପଡିଲା ମହଙ୍ଗା | ପୋଲିସ ଘରକୁ ଆସି ଦେଲା ନୋଟିସ | ଲାଗିଲା ୨.୫ ଲକ୍ଷ ଟଙ୍କାର ଫାଇନ | ରାସ୍ତାରେ ଯେତେବେଳେ ଆମ୍ବୁଲାନ୍ସ ଏକ ରୋଗୀକୁ ଧରି ତୁରନ୍ତ ଯିବାକୁ ଚେଷ୍ଟା କରୁଥିଲା ଜଣେ କାର ଡ୍ରାଇଭର ଆମ୍ବୁଲାନ୍ସକୁ ଛାଡ଼ିନଥିଲେ | ବରଂ ଆମ୍ବୁଲାନ୍ସର ଆଗେ ଆଗେ ହିଁ ଯିବାକୁ ଚେଷ୍ଟା କରୁଥିଲେ | ଯେଉଁ କାରଣ ପାଇଁ କେରଳ ସରକାର ୨.୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି | ଏଭଳି ଉଦାହରଣମୂଳକ ପଦକ୍ଷପ ନେଇ କେରଳ ସ୍ଥାନୀୟ ପ୍ରଶାସନ କାର ମାଲିକଙ୍କ ଘରକୁକ ଯାଇ ଏହି ଜୋରିମାନା ଧରାଇଛନ୍ତି |
ଏହି ଘଟଣା ଯେତେବେଳେ କାର ଚଳାଉଥିବା ବ୍ୟକ୍ତି ଆମ୍ବୁଲାନ୍ସକୁ ବାଟ ଛାଡ଼ିନଥିଲେ | ଏହି ସମୟରେ ଯେତେବେଳେ ଆମ୍ବୁଲାନ୍ସ ଟି ରୋଗୀକୁ ନେଇ ତୁରନ୍ତ ଯିବାରେ ଲାଗିଥିଲା | ଏଭଳି ଏକ ଦୁର୍ଭାଗ୍ୟଜନିତ ପରିସ୍ଥିତରେ ସ୍ଥାନୀୟ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ତେବେ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଂକୀର୍ଣ୍ଣ, ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଯାଉଥିବାବେଳେ ଆମ୍ବୁଲାନ୍ସ ଆଗରେ ଏକ ଧଳା ମାରୁତି ସୁଜୁକି ସିଆଜ କାର ଯାଉଥିଲା। ଆମ୍ବୁଲାନ୍ସର ସାଇରନ୍ ଓ ଡ୍ରାଇଭରଙ୍କ ବାରମ୍ବାର ହର୍ଣ୍ଣକୁ କାର ଚାଳକ ଆଦୌ ଭୃକ୍ଷେପ କରୁନଥିଲେ। ଦୁଇ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଆମ୍ବୁଲାନ୍ସର ଆଗେ ଆଗେ ଯାଇଥିଲେ। ଶେଷରେ ଡାହାଣପଟେ ସାମାନ୍ୟ ଫାଙ୍କା ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ ଏହାକୁ ଓଭର-ଟେକ୍ କରିଥିଲେ।