Pratidin TV

Odisha's Digital News Platform

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼,କାନରୁ ଛୁଇଁ ଚାଲିଗଲା ଗୁଳି

1 min read

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ। ପେନସିଲଭାନିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ବେଳେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ଡାହାଣ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଗୁଳିମାଡ ହେବା ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ​‌ରେ ଭର୍ତ୍ତି କରିଛନ୍ତି। ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିନ୍ଦା କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଟ୍ରମ୍ପଙ୍କ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ଏ ବାବଦରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶିତ ମନ୍ତବ୍ୟ ଅନୁଯାୟୀ ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ଚାରିଆଡ଼େ ନିନ୍ଦା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଖୋଲାଖୋଲି ଭାବେ କହିଛନ୍ତି ଆମେରିକୀୟ ସମାଜରେ ହିଂସାର ସ୍ଥାନ ନାହିଁ।

ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।

ତେବେ ଏହି ଘଟଣା ପରେ ଟ୍ରମ୍ପଙ୍କୁ ଡାକ୍ତରଖାନା ନିଆଯାଇଥିଲା | ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଥିବା ଜଣାପଡିଛି | ଏହାପରେ, ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋଶାଲ ସାଇଟ୍‌ରେ ଲେଖିଛନ୍ତି, ଗୁଳି ଫୁଟିବା ଶବ୍ଦ ମୁଁ ଶୁଣି ପାରିଥିଲି। ଆଉ ତତ୍‌କ୍ଷଣାତ୍ ମୋ ଚର୍ମର ଉପର ଭାଗରେ ଏକ ଗୁଳି ବାଜି ଚାଲି ଯାଇଥିବା ଅନୁଭବ କଲି। ମୁଁ ୟୁନାଇଟେଡ୍ ଷ୍ଟେଟ୍‌ସ ସିକ୍ରେଟ୍ ସର୍ଭିସ ଓ ଅନ୍ୟ ଲ’ ଏନ୍‌ଫୋର୍ସମେଣ୍ଟ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ସେମାନେ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ବିଶ୍ୱାସ କରି ହେଉନି ଯେ ଆମ ଦେଶରେ ଏଭଳି ଏକ ଘଟଣା ଘଟିପାରେ ବୋଲି। ଗୁଳି ମାରିଥିବା ବ୍ୟକ୍ତିଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ସେ ନିହତ ହୋଇଛନ୍ତି।

ସେ ଆହୁରି କହିଛନ୍ତି, ରାଲିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମୁଁ ସମବେଦନା ଜଣାଉଛି। ସେହିପରି ଗୁରୁତର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଁ ଦୁଃଖ ପ୍ରକାଶ କରୁଛି।

Leave a Reply

Your email address will not be published. Required fields are marked *