ଆମେରିକା ଫେରାଇଲା ଭାରତରୁ ଚୋରି ହୋଇଥିବା ୧୪୦୦ ପ୍ରାଚୀନ କଳାକୃତି ,ମୂଲ୍ୟ ୮୫ କୋଟି..
1 min readଆମେରିକା ଫେରାଇଲା ଭାରତର ୧୪୦୦ ପ୍ରାଚୀନ କଳାକୃତି। ଯାହା ଚୋରା ଚାଲାଣ ମାଧ୍ୟମରେ ଦେଶ ବାହାରକୁ ଯାଇଥିଲା । ଯାହାର ମୂଲ୍ୟ ପାଖାପାଖି ୧୦ ନିୟୁତ ଡଲାର। ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୮୫ କୋଟି ଟଙ୍କା ହେବ । ଏକ ସ୍ୱତନ୍ତ୍ର ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ କନସଲ ଜେନେରାଲ ମନିଷ କୁଲହାରୀଙ୍କୁ ହୋମଲାଣ୍ଡ ସିକ୍ୟୁରିଟି ଇନ୍ଭେଷ୍ଟିଗେସନର ଗ୍ରୁପ୍ ସୁପରଭାଇଜର ଆଲୋକଜାଣ୍ଡ୍ରା ଡିଆର୍ମସ ଏସବୁ କଳାକୃତି ହସ୍ତାନ୍ତର କରିଥିଲେ।
ଭାରତକୁ ଫେରାଇଥିବା କିଛି କଳାକୃର୍ତ୍ତି ନ୍ୟୁୟର୍କର ମେଟ୍ରୋପଲିଟନ ମୁଜିୟମ୍ ଅଫ ଆର୍ଟରେ ପ୍ରଦର୍ଶିତ ହେଉଥିଲା। ସେହି ଭିତରେ ଏକ ବିଶେଷ ବସ୍ତୁ ରହିଛି। ଯାହାକି ଏ ବଳୁଧା ପଥରର ମୂର୍ତ୍ତି। ଯାହାକୁ ଆକାଶୀୟ ନର୍ତ୍ତକୀ ଭାବେ ଜଣାଯାଏ। ଏହି ମୂର୍ତ୍ତିଟି ମଧ୍ୟପ୍ରଦେଶରୁ ଚୋରି ହୋଇଥିଲା। ଚୋରା ଚାଲଣକାରୀମାନେ ଅଶି ଦଶକରେ ଏହାକୁ ଯେଭଳି ସହଜରେ ନେଇପାରିବେ ସେଥିପାଇଁ ଦୁଇଖଣ୍ଡ କରିଦେଇଥିଲେ।
ଚୋରି ମୂର୍ତ୍ତିଟିକୁ ପ୍ରଥମେ ଲଣ୍ଡନକୁ ନିଆଯାଇଥିଲା। ସେଠାରୁ ୧୯୯୨ରେ ସୁଭାଷ କପୁରଙ୍କ ପରାମର୍ଶରେ ନ୍ୟୁୟର୍କ ଅଣାଯାଇଥିଲା। ଠିକ୍ ଭାବେ ଯୋଡାଯିବା ପରେ ତାକୁ ସୁଭାଷ କପୁର ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ। ୨୦୨୩ରେ ତାକୁ ହୋମଲାଣ୍ଡ ସିକ୍ୟୁରିଟି ପକ୍ଷରୁ ଜବତ କରାଯାଇଥିଲା। ସେହିଭଳି ଆଉ ଏକ ମୂର୍ତ୍ତି ହେଉଛି ତାନେସାର ଦେବୀ ମା’ଙ୍କର। ରାଜସ୍ଥାନର ଏକ ମନ୍ଦିରରୁ ଏହା ଷାଠିଏ ଦଶକରେ ଲୁଟ୍ ହୋଇଥିଲା।ପ୍ରଧାନମନ୍ତ୍ରୀ ରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।