Pratidin TV

Odisha's Digital News Platform

ମୋଦୀଙ୍କ ପାଦ ଛୁଇଁଲେ ଆମେରିକୀୟ କଣ୍ଠଶିଳ୍ପୀ ; ଗାଇଲେ ‘ଭାରତର ଜାତୀୟ ସଂଗୀତ’

1 min read

ନୂଆଦିଲ୍ଲୀ : ଆମେରିକାରେ ଶୁଭିଲା ଭାରତର ଜାତୀୟ ସଂଗୀତ । ବିଦେଶୀ କଣ୍ଠଶିଳ୍ପୀ ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ।

ଖବର ଅନୁଯାୟୀ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଗତକାଲି ୱାଶିଂଟନ ଡିସିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାରି ମିଲିବେନ ସମସ୍ତଙ୍କ ସମ୍ମୁଖରେ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ । ଜଣେ ଆମେରିକୀୟନ ହୋଇ ମଧ୍ୟ ସେ ଖୁବ୍ ସୁନ୍ଦର ଭାବରେ ଭାରତର ଜାତୀୟ ସଂଙ୍ଗୀତ ଗାଇଥିଲେ । ଏହା ପରେ ସେ ମୋଦୀଙ୍କ ନିକଟକୁ ଆସି ଷ୍ଟେଜ୍ ଉପରେ ସର୍ବ ସମ୍ମୁଖରେ ତାଙ୍କ ପାଦ ଛୁଇଁ ସମ୍ମାନ ଜଣାଇଥିଲେ ଏବଂ ତାସହ ଆର୍ଶୀବାଦ୍ ମଧ୍ୟ ନେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ଏବଂ କଣ୍ଠଶିଳ୍ପୀ ମ୍ୟାରି ଏବେ ବହୁ ଚର୍ଚ୍ଚାର ବିଷୟ ପାଲଟିଯାଇଛନ୍ତି କାରଣ ଜଣେ ଆମେରେକୀୟନ ହୋଇ ସେ ଭାରତୀୟ ସଂସ୍କୁତି ଓ ରିତୀନିତୀ ସହ ମୋଦୀଙ୍କୁ ସମ୍ମାନ ଜଣାଇ ତାଙ୍କ ପାଦ ଛୁଇଁଥିଲେ ।

Advertisement

ଭାରତ ଜାତୀୟ ସଙ୍ଗୀତ ଗାନ କରି ବେଶ୍ ଖୁସି ଥିବା ମ୍ୟାରି କହିଛନ୍ତି, ଆଜି ଭଗବାନ ମୋତେ ଏକ ଖୁବ୍ ତାତ୍ପତ୍ୟପୂର୍ଣ୍ଣ କାମ କରିବାକୁ ସୁଯୋଗ ଦେଇଛନ୍ତି। ଏଥିପାଇଁ ମୁଁ ଖୁବ୍ ଖୁସି ଓ ଗର୍ବିତ । ଆଜି ରାତିରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟଙ୍କ ପାଇଁ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଛି। ଆପଣମାନେ ସବୁବେଳେ ମୋ’ ହୃଦୟରେ ରହିଛନ୍ତି। ଆମେ ସବୁ ଏକ ପରିବାର। ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ । ଜୟହିନ୍ଦ । ଏଥିସହ ଭଗବାନ ଭାରତ- ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରନ୍ତୁ ବୋଲି ବି ସେ ଆଶା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *