ଅମ୍ବାନୀଙ୍କ ବାହାଘରରେ ଖାଦ୍ୟ ପରସିଲେ ଅମିର ଅମିତାଭ , ପ୍ରସଂସକ କହିଲେ ଏମିତି ..
1 min readଚଳିତବର୍ଷର ସବୁଠୁ ବଡ଼, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର । ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ । ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ତାରକାଙ୍କ ଭିଡ ଦେଖିବାକୁ ମିଳିଛି । ଆଉ ଏହି ବାହାଘରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅମୀର ଅମିତାଭ । କାରଣ ବାହାଘରରେ ଖାଦ୍ୟ ପରିବେଷଣ କରୁଛନ୍ତି ଅମିର ଅମିତାଭ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଅନନ୍ତ ଏବଂ ରାଧୀକାଙ୍କ ପ୍ରି –ୱେଡିଂର ନୁହେଁ ।
ଏହା ହେଉଛି ଇଶା ଅମ୍ବାନୀଙ୍କ ବାହାଘର ବେଳର ଭିଡିଓ । କେବଳ ଅମିର ଅମିତାଭ ନୁହନ୍ତି ବଲିଉଡର ବଡ ବଡ ଷ୍ଟାର ଅତିଥିମାନଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଭାଇରଲ ହେବା ପରେ ଏବଂ ପ୍ରଶଂସକ ମାନେ ଏହି ଭିଡିଓକୁ ପ୍ରଶଂସା କରୁଛନ୍ତି । ତାହା ସହ ଏହା ମଧ୍ୟ କହିଥିଲେ ଏତେ ବଡ ଷ୍ଟାର ହୋଇ କିପରି ଖାଦ୍ୟ ପରିବେଷଣ କରୁଛନ୍ତି । ତେବେ ଏହାର ସ୍ପଷ୍ଟିକରଣ ଦେଇ ଅଭିଷେକ କହିଛନ୍ତି ‘ଏହା ଏକ ପରମ୍ପରା ଯାହା ସଜନ ଘୋଟ ନାମରେ ଜଣାଶୁଣା । ଏହି ପରମ୍ପରାରେ କନ୍ୟାର ପରିବାର ଲୋକେ ବରର ପରିବାରକୁ ଖାଦ୍ୟ ପରଷନ୍ତି ।