Pratidin TV

Odisha's Digital News Platform

ବୟକଟ୍ ଲାଲ୍ ସିଂ ଚଡ୍ଡା ,ଉପରେ ନିଜ ପ୍ରତିକ୍ରିୟା ରଖିଲେ ଅମିର ଖାନ

1 min read

ନୂଆଦିଲ୍ଲୀ : ଦୀର୍ଘ ୪ ବର୍ଷପରେ ଅମିର ଖାନଙ୍କ ନୂଆ ଚଳଚ୍ଚିତ୍ର ଲାଲ ସିଂ ଚଡ୍ଡା ଅଗଷ୍ଟ ୧୧ରେ ମୁକ୍ତଲାଭ କରିବାକୁ ଯାଉଛି ।ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର ଧରିଛି ଟ୍ରେଣ୍ଡ୍ #boycottlaalsinghchadda । ଅମିର ତାଙ୍କ pk ଫିଲ୍ମରେ ଭଗବାନଙ୍କୁ ଅପମାନ କରିଥିବା ମତରଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଏହି ନୂଆ ଫିଲ୍ମଟିର ବହିଷ୍କାର ଦାବି କରିଛନ୍ତି ।

ଲୋକମାନଙ୍କର ଏଭଳି ପ୍ରତିକ୍ରିୟାରେ ଅମିର ମତବ୍ୟକ୍ତ କରି କହିଛନ୍ତି ଯେ, କିଛି ଲୋକଙ୍କୁ ଲାଗେ ମୁଁ ମୋ ଦେଶକୁ ଭଲ ପାଏନି । ସେହି ଲୋକମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ , ସେମାନେ ଯାହା ଭାବୁଛନ୍ତି ମୋ ବିଷୟରେ ତାହା ସମ୍ପୂର୍ଣ୍ଣ ଭୁଲ । ମୁଁ ମୋ ଦେଶ ସହ ଏଠିକାର ଲୋକମାନଙ୍କୁ ମଧ୍ୟ ବୋହୁତ ଭଲପାଏ ।ଏହା ସହ ମୁଁ ସବୁ ଧର୍ମକୁ ସମ୍ମାନ ଦିଏ । ଉଦ୍ଦେଶ୍ୟ ମୂଳକ ଭାବେ ମୁଁ ଏପରି କିଛି କାମ କରିନି ଯାହା ମୋ ଦେଶର ଲୋକଙ୍କୁ କଷ୍ଟଦେବ ।

ଗୋଟିଏ ଫିଲ୍ମ ତିଆରି କରିବା ପାଇଁ କେବଳ ହିରୋ କି ହିରୋଇନ୍ ହିଁ ପରିଶ୍ରମ କରିନଥାନ୍ତି ତାଙ୍କ ସହ ବହୁତଗୁଡିଏ ଲୋକଙ୍କ ପରିଶ୍ରମ ଲାଗିଥାଏ । ଅନେକ ଲୋକଙ୍କ ଭାବପ୍ରବଣତା ମଧ୍ୟ ଯୋଡି ହୋଇ ରହିଥାଏ ଏଥିରେ । ଫିଲ୍ମଟିକୁ ନଦେଖିବା ପୂର୍ବରୁ ଆମ ମାନଙ୍କ ଆଶା ଆକାଂକ୍ଷାକୁ ଏପରି ଭାଙ୍ଗନ୍ତୁନି । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏସବୁ କରି କ’ଣ ମିଳେ ଲୋକଙ୍କୁ । କାହିଁକି ଏପରି କରନ୍ତି ଲୋକେ । ଏଭଳି କଥା ଆମକୁ ଅନେକ ପ୍ରଭାବିତ କରିଥାଏ । ପ୍ରଥମେ ଯାଇ ଫିଲ୍ମଟିକୁ ଦେଖନ୍ତୁ ,ତାପରେ ତାକୁ ପସନ୍ଦ କରିବା ନକରିବା ସବୁ ଆପଣମାନଙ୍କ ଉପରେ ।

Leave a Reply

Your email address will not be published. Required fields are marked *