Pratidin TV

Odisha's Digital News Platform

ଲାହୋରରେ ଗୁଳିମାଡ଼ରେ ଟଳିଲା ସରବଜିତ୍‌ଙ୍କ ହତ୍ୟାକାରୀ ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଆମୀର ସରଫରାଜ

1 min read

ପାକିସ୍ତାନରୁ ଆସିଛି ବଡ ଖବର | ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡରୱାର୍ଲଡ ଡନ ଅମୀର ସରଫରାଜର କରିଛନ୍ତି ହତ୍ୟା | ତେବେ ଅମୀର ସରଫରାଜ ହେଉଛନ୍ତି ସେହି ବ୍ୟକ୍ତି ଯିଏ ISI ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତଙ୍କୁ ନିର୍ଯାତନା ଦେବା ସହ କରିଥିଲେ ହତ୍ୟା | ସୂଚନା ଅନୁସାରେ ଅଜ୍ଞାତ ବାଇକ ଚାଲାକ ପାକିସ୍ତାନର ଲାହୋରର ଇସଲାମପୁରା ଅଞ୍ଚଳରେ ଅମୀରଙ୍କ ଉପରେ ଗୁଳି ମାଡ଼ କରିଥିଲେ | ଏହା ପରେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା | କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

ତେବେ ପୂର୍ବ ସୂଚନା ଆଧାରରେ ସରବଜିତ ସିଂହ ଭାରତ-ପାକିସ୍ତାନୀ ସୀମା ନିକଟବର୍ତ୍ତୀ ତରନତାରନ ଜିଲ୍ଲା ଭିଖିଓ୍ୱିଣ୍ଡ ଗାଁର ବାସିନ୍ଦା ଥିଲେ ଓ ସେ ପେସାରେ ଜଣେ କୃଷକ ଥିଲେ। ୩୦ ଅଗଷ୍ଟ ୧୯୯୦ରେ ସରବଜିତ୍ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିନେଇଥିଲେ । ତେବେ ତାଙ୍କୁ ଲାହୋର ଏବଂ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ଜଣ ପ୍ରାଣ ହରାଇଥିଲେ। ସେହି ଆକ୍ରମଣରେ ସରବଜିତ୍ ହାତ ଥିବା କହି ତାଙ୍କୁ ଗିରଫ କରିଥିଲା ପାକିସ୍ତାନ |

ପରେ ସରବଜିତ୍ ଙ୍କକ ନାମ ବିସ୍ଫୋରଣ ପାଇଁ ୧୯୯୧ ରେ ଫାଶୀଦଣ୍ଡ ଦିଆଯାଇଥାନ୍ତା | ହେଲେ ପାକିସ୍ତାନ ସରକାର ଏହି ଦଣ୍ଡକୁ ବର୍ଷ ବର୍ଷ ଧରି ଘୁଞ୍ଚାଇ ଚାଲିଥିଲା | ଅନ୍ୟପଟେ ପାକିସ୍ତାନ କଏଦୀମାନେ ସରବଜିତ୍ ଙ୍କୁ ଅତି ନିମର୍ମ ଭାବରେ ଅତ୍ୟାଚାର କରିବା ସହ ମାଡ଼ପିଟା କରୁଥିଲେ | ପରେ ଅମୀର ସରଫରାଜ ସରବଜିତ୍ ଙ୍କ ମୁହଁରେ ପଲିଥିନରେ ବାନ୍ଧିବା ସସହ ଜେଲରେ ପିଟାପିଟି କରୁଥିଲେ | ପରେ ପାକିସ୍ତାନ ତାଙ୍କୁ ବ୍ରେନ ଡେଡ଼ ତଥା ମୃତ ଘୋଷଣା କରିଥିଲା |

ଅନ୍ୟପଟେ ସରବଜିତ୍ ଙ୍କ ଝିଅ କହିଛି ମୋ ବାପାଙ୍କୁ ହତ୍ୟା କରିବା ପଛରେ ୩ ରୁ 4 ଜଣ ବ୍ୟକ୍ତି ସମ୍ପୃକ୍ତ ଥିଲେ | ତେବେ ସେହି ଷଡ଼ଯନ୍ତ୍ରକୁ ଲୁଚାଇବା ପାଇଁ ସେମାନେ ଅମୀର ସରଫରାଜର ହତ୍ୟା କରିଛନ୍ତି | ଭାରତୀୟ ନାଗରିକ ସରବଜିତ୍, ପାକିସ୍ତାନର କୋଟ ଲଖପାଟ ଜେଲରେ ଥିବାବେଳେ ଭାରତକୁ ପଠାଯାଇଥିବା ଚିଠିରେ ଲେଖିଥିଲେ | ‘ଗତ ୨-୩ ମାସ ଧରି ମୋତେ ଖାଦ୍ୟରେ ମିଶାଇ କିଛି ଦିଆଯାଉଛି। ଏହାକୁ ଖାଇବା ପରେ ମୋ ଶରୀର ତରଳି ଯାଉଛି | ମୋ ବାମ ହାତରେ ବହୁତ ଯନ୍ତ୍ରଣା ହେଉଛି ଏବଂ ମୋର ଡାହାଣ ଗୋଡ ଅଧିକ ଦୁର୍ବଳ ହେବାକୁ ଲାଗୁଛି | ଏହା ସ୍ଲୋ ପଏଜନ ପରି | ଏହାକୁ ଖାଇବା ସମ୍ଭବ ନୁହେଁ, କିମ୍ବା ଖାଇବା ପରେ ଏହାକୁ ହଜମ କରିବା ମଧ୍ୟ ସମ୍ଭବ ହେଉନାହିଁ |

କେଲରେ ସ୍ଲୋ ପଏଜନ ଦିଆଯିବାର ଆଶଙ୍କା ବ୍ୟକ୍ତ କରି ସରବଜିତ୍ ଲେଖୁଛନ୍ତି ଯେ ‘ଯେତେବେଳେ ମୋର ଯନ୍ତ୍ରଣା ଅସହ୍ୟ ହୋଇଯାଏ ଏବଂ ମୁଁ କେଲ୍‌ କର୍ତ୍ତୃପକ୍ଷଙ୍କଠାରୁ ଯନ୍ତ୍ରଣା ପାଇଁ ଔଷଧ ମାଗେ, ସେମାନେ ମୋ ଉପରେ ପରିହାସ କରିଥାନ୍ତି | ମୋତେ ପାଗଳ ଭାବରେ ଚିତ୍ରଣ କରିବାକୁ ସମସ୍ତ ପ୍ରୟାସ କରାଯାଏ | ମୋତେ ଏକାକୀ କୋଠରୀରେ ରଖାଯାଇଛି ଏବଂ ମୁକ୍ତି ପାଇଁ ଗୋଟିଏ ଦିନ ଅପେକ୍ଷା କରିବା ମଧ୍ୟ ମୋ ପାଇଁ କଷ୍ଟକର ହୋଇପଡିଛି। ସରବଜିତଙ୍କ ଚିଠିର ପ୍ରତ୍ୟେକ ଶବ୍ଦ ଭିକିୱିଣ୍ଡର ଲୋକଙ୍କ ହୃଦୟକୁ ଆଘାତ ଦେଇଥିଲା । ସେ ଆହୁରି ଲେଖିଥିଲେ ପାକିସ୍ତାନ ଅଧିକାରୀମାନେ କହୁଛନ୍ତି ସେମାନେ ଭାରତ ଫେରିବାକୁ ଦେବେନି | ଭାରତକୁ କେବଳ ତମ ହାଡ଼ ଛଡା ଆଉ କିଛି ଯିବନାହିଁ |

Leave a Reply

Your email address will not be published. Required fields are marked *