Pratidin TV

Odisha's Digital News Platform

୪୬ ବର୍ଷ ବୟସରେ ବିବାହ କରିବେ ଅମିଶା ! ସାଜିବେ ପାକିସ୍ଥାନୀ ବହୁ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ଚୁଲବୁଲି ନାୟିକା ଅମିଶା ପଟେଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଶୁଣିବାକୁ ମିଳୁଛି ଯେ ଏହି ୪୬ ବର୍ଷ ହିରୋଇନ ପୂର୍ବରୁ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ମନ ପାକିସ୍ଥାନର ଲୋକପ୍ରିୟ କଳାକାର ଇମ୍ରାନ ଅବ୍ୱାସଙ୍କ ଉପରେ ଆସିଯାଇଥିଲା । ତେବେ ଇମ୍ରାନ ମଧ୍ୟ ଅମୀଶାଙ୍କ ପ୍ରେମରେ ଉବୁଡୁବୁ ହେବାର ନଜର ଆସୁଛନ୍ତି । ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଇମ୍ରାନଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓକୁ ସେୟାର କରିଛନ୍ତି ଅମିଶା । ନିକଟରେ ସେମାନେ(ଅମିଶା- ଇମ୍ରାନ) ବାହାରିନରେ ଆୟୋଜିତ ଏକ ପୁରସ୍କାର କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ଏକାଠି ବଲିଉଡ ଗୀତରେ କିଛି ଭିଡିଓ ମଧ୍ୟ କରିଥିଲେ। ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରିଛନ୍ତି । ଭିଡିଓ ସେୟାର କରିବା ଅମିଶା ଲେଖିଛନ୍ତି, ଗତ ସପ୍ତାହରେ ବାହାରିନରେ ମୋର ସୁପରଷ୍ଟାର ବନ୍ଧୁଙ୍କ ସହ ମଜା କରିଥିଲି ।

Advertisement

କିନ୍ତୁ ଅମିଶାଙ୍କ କିଛି ନିକଟସ୍ଥ ପ୍ରଶଂସକ ଦୁହିଁଙ୍କ ବିବାହକୁ ନେଇ ଗୁଜବ ଉଠାଉଥିବା ବେଳେ ଅମିଶା ଓ ଇମ୍ରାନ ଏହାର ପ୍ରତିଉତ୍ତରରେ କିଛି ଜବାବ ଦେଇନାହନ୍ତି । ଏନେଇ ଅମିଶା ଏବଂ ଇମ୍ରାନଙ୍କ ପ୍ରଶଂସକମାନେ ଏହି ଗୁଜବଟିକୁ ସତ ମାନିନେଇଛନ୍ତି । ତେବେ ଏହି ଖବରଟି କେତେଦୂର ସତ କେତେଦୂର ମିଛ ତାହା ଆଗକୁ ଜଣାପଡିବ ।

https://www.instagram.com/reel/Cirhp12IJlb/?utm_source=ig_web_copy_link

Leave a Reply

Your email address will not be published. Required fields are marked *