ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ
1 min readପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ନିଜ ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କୁ ସ୍ତ୍ରୀ, କିସ୍-କିଟ୍ର ଛାତ୍ରୀଛାତ୍ରୀ ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଛନ୍ତି ।
କ୍ରମାଗତ ୨ ଥର ଦେଶପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି ସମ୍ପ୍ରତି ପ୍ୟାରିସରେ ଥିବା ଅମିତ ପ୍ରକାଶ କରିଛନ୍ତି। ସେ ଯେଉଁ କ୍ରୀଡ଼ାକୁ କ୍ୟାରିୟର କରିଛନ୍ତି ସେଥିରେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା କେବଳ ଦେଶବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଏପରି ସମର୍ଥନ ଏବଂ ଭଲପାଇବା ଜାରି ରହିଲେ ଆଗାମୀ ଦିନରେ ଭାରତୀୟ ହକି ଦଳ ଆହୁରି ଅଧିକ ସଫଳତା ପାଇପାରିବ ବୋଲି କହିଛନ୍ତି ଅମିତ ରୋହିଦାସ |
ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି।