Pratidin TV

Odisha's Digital News Platform

କାଲି ଓଡିଶା ଆସୁଛନ୍ତି ଅମିତ୍ ଶାହା

ଭୁବନେଶ୍ୱର : ଆସନ୍ତା କାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓଡିଶା ଗ୍ରସ୍ତରେ ଆସୁଛନ୍ତି । କାଲି ସଂଧ୍ୟରେ ସେ ଭୁବନେଶ୍ୱର ପହଞ୍ଚି ବେ । ୮ ତାରିଖ ଶ୍ରାବଣ ମାସର ଶେଷ ସୋମବାର ଦିନ ସକାଳୁ ଲିଙ୍ଗରାଜ ଦର୍ଶନ କରିବେ । ଏହାପରେ ସେ କଟକ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହା ସହ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପାଳନ ଅବସରରେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ ଶାହା ।ତେବେ ଶାହାଙ୍କ ଗସ୍ତସୂଚୀ ନେଇ ଗଣମାଧ୍ୟମ ଆଗରେ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Leave a Reply

Your email address will not be published. Required fields are marked *