Pratidin TV

Odisha's Digital News Platform

ସୋରଡ଼ା ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ରେ ଯୋଗଦେଲେ ଅମିତ ଶାହ..

ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆରମ୍ଭ ହେବାକୁ ଯାଉଛି ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ଆସନ୍ତା ୨୦ ତାରିଖରେ  ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଗଞ୍ଜାମ ଜିଲ୍ଲାକୁ ବିଜେପିର କେନ୍ଦ୍ରୀୟ ନେତା ଙ୍କ ଘନ ଘନ ଗସ୍ତ ହେବାରେ ଲାଗିଛି।ଆଜି ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ସହରରେ ପହଂଚି ଜନ ସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟ ରୁ ବାହାରି ସୋରଡ଼ା ନିକଟ କେଶରୀପାଟଣା ହେଲିପ୍ୟାଡ଼ ରେ ୩.୧୦ ରେ ପହଁଚିଥିଲେ ।

ଡ୍ୟାମ ପଡ଼ିଆ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ୩0 ମିନଟ ସମୟ ପର୍ଯ୍ୟନ୍ତ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୫ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ବହୁ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଯୋଗଦେଇଥିଲେ ।ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଥିଲେ  । ଏହାସହ  ଅମିତ ସାହା ବିଭିନ୍ନ ପ୍ରସଙ୍ଗ ଉପରେ ଟିପଣି ରଖି ଆଗାମୀ ନିର୍ବାଚନ ରେ ବିଜେପି ବିପୁଳ ପରିମାଣ ରେ ବିଜୟ କରିବାକୁ  ଲୋକଙ୍କୁ ଅପିଲ କରିଥିଲେ।

Leave a Reply

Your email address will not be published. Required fields are marked *