Pratidin TV

Odisha's Digital News Platform

ହେଲିକପ୍ଟର ଟେକଅପ ବେଳେ ହଠାତ୍‌ ହରାଇଲା ନିୟନ୍ତ୍ରଣ…ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅମିତ ଶାହା

1 min read

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ | ବସିଥିବା ସମୟରେ ହେଲିକପ୍ଟର ଟେକଅପ କରିଥିଲା | କିନ୍ତୁ ସେହି ସମୟରେ ହଠାତ ନିୟନ୍ତ୍ରଣ ହରାଇଥିଲା | ଏହି ଘଟଣା ବିହାରର ବେଗୁସରାରେ ଘଟିଥିଲା | କିନ୍ତୁ ଅଘଟଣ ଘଟିବା ପୂର୍ବରୁ ଶାହଙ୍କ ହେଲିକପ୍ଟରର ପାଇଲଟ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଏହାପରେ ହେଲିକପ୍ଟରଟି ଭଲରେ ଉଡାଣ ଭରିଥିଲା।ଏହାର ଭିଡ଼ିଓ ସାମ୍ନାକୁ ଆସିଥିଲା |

ଏହାର ଭିଡ଼ିଓ ଆସିଲା ସାମ୍ନାକୁ | ଭିଡ଼ିଓରେ ଦେଖିବାକୁ ମିଳିଥିଲା ଅମିତ ଶାହ ବସିଥିବା ହେଲିକପ୍ଟରଟି ବେଗୁସରାଇର ଅସ୍ଥାୟୀ ହେଲିପ୍ୟାଡରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ଟେକଅପ ବେଳେ ଏହା ନିୟନ୍ତ୍ରଣ ହରାଇବାର ଦେଖିବାକୁ ମିଳିଥିଲା | ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଉଛି | ଏବଂ ଏହାର ଆଗ ପଟ ତଳେ ପିଟି ହେଲା ପରି ଦେଖାଯାଉଥିଲା | ପରେ ପାଇଲଟ ସମ୍ଭାଳି ଠିକ ଭାବରେ ଉଡାଣ ଭରିଥିଲା |

Advertisement

Leave a Reply

Your email address will not be published. Required fields are marked *