Pratidin TV

Odisha's Digital News Platform

ଅମିତ ଶାହାଙ୍କ ଦୃଢୋକ୍ତି , ୨୦୨୬ରେ ଶେଷ ହେବ ନକ୍ସଲବାଦ୍ …

1 min read

୨୦୨୬ ରେ ସମ୍ପୂର୍ଣ୍ଣ ନିପାତ ହେଇଯିବ ନକ୍ସଲବାଦ୍‌ । ଏନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍‌ ପୂରାପୂରି ଭାବେ ଲୋପ ପାଇଯିବ। ଏହା ସହିତ ଶାହା ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।

ନକ୍ସଲ ହିଂସାର ଶିକାର ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧନ କରି ଶାହା କହିଛନ୍ତି ଯେ ଆମେ ଆମ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବୁ। ବସ୍ତରର ୪ଟି ଜିଲ୍ଲାକୁ ଛାଡ଼ିଦେଲେ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହେଉଛନ୍ତି। ୩୧.୦୩.୨୦୧୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବ। ମୁଁ କଥା ଦେଉଛି ଯେ ନକ୍ସଲବାଦ୍‌ ତାହା ପୂର୍ବରୁ ଶେଷ ହେବ। ଗାନ୍ଧିନଗରର ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ୟା ଏବେ କେବଳ ଛତିଶଗଡର ଚାରିଟି ଜିଲ୍ଲା ମଧ୍ୟରେ ସୀମିତ ରହିଥିବାରୁ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁରକ୍ଷା ବାହିନୀ ବହୁ ସଫଳତା ହାସଲ କରିଛି। ସେ ଆହୁରି କହିଛନ୍ତି, “ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୁରକ୍ଷା ବାହିନୀ ବହୁ ସଫଳତା ହାସଲ କରିଛି।

Advertisement

ମାଓବାଦୀମାନେ ଏକଦା ପାଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ ଏକ କରିଡର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ। କିନ୍ତୁ ସେମାନଙ୍କୁ ସଫଳ ହେବାକୁ ଦିଆଯାଇ ନଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହାକୁ ପଣ୍ଡ କରାଯାଇଥିଲା।” କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ ଶୀଘ୍ର ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ ବୋଲି ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଶାହା କହିଛନ୍ତି।

Leave a Reply

Your email address will not be published. Required fields are marked *