ସୋନପୁରରେ ଗର୍ଜିଲେ ଶାହ , କହିଲେ ବିଜେପି ଆସିଲେ ଓଡିଶାରୁ ଆଉ ଦାଦନ ବାହାରିବେନି ।
1 min readଆଜି ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିଛନ୍ତି ଶାହ। ସୋନପୁରରେ ବିଶାଳ ସମାବେଶ ପାଇଁ ଜୋରସୋରରେ ଆୟୋଜନ ହୋଇଛି। ସୋନପୁର ସଭାରୁ ସାରା ଓଡିଶାବାସୀଙ୍କୁ ୫ ବର୍ଷର ସମୟ ମାଗିଲେ ଶାହା । କହିଲେ ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ । ଆମେ ଓଡିଶାକୁ ଦେଶର ନଂ ୱାନ ରାଜ୍ୟ କରିଦେବୁ ।
ଯେଉଁଠି ଡବଲ ଇଞ୍ଜିନର ସରକାର ଅଛି ସେଠି ବିକାଶ ହୋଇଛି । ସମୟ ଆସିଛି ଓଡିଶାରେ ପରିବର୍ତ୍ତନ ଆଣିବାକୁ । ଦେଶର କମ୍ପାନୀକୁ ଓଡିଶା ଆଣିବାକୁ । ସମୟ ଆସିଛି ସବୁ କ୍ଷେତରେ ଜଳ ପହଞ୍ଚାଇବାର, ସମୟ ଆସିଛି ସବୁ ଚାଷୀ ଓ ଶ୍ରମିକଙ୍କୁ ସଶକ୍ତ କରିବାର ।
ଶାହ ରଣହୁଙ୍କାର ଦେଇ କହିଛନ୍ତି ବାହାରକୁ ଦାଦନ ଆଉ ଖଟିବାକୁ ଯିବେନି । ଓଡିଶାରେ କପା ଚାଷୀ ପାଇଁ ଟେକ୍ସଟାଇଲ୍ କମ୍ପାନୀ ଖୋଲିବୁ । ଜଗନ୍ନାଥ ଧାମକୁ ବିଶ୍ୱସ୍ତରୀୟ କରିବୁ । ମୋଦୀ ୨ୟ ଥର ପ୍ରଧାନମନ୍ତ୍ରୀ ହୋଇ କଣ କଣ ପରିବର୍ତ୍ତନ ଆଣିଛନ୍ତି ଆପଣମାନେ ଜାଣିଛନ୍ତି ।